୭ ମାସରେ ୫୧ କେଜି ଓଜନ କମାଇ ଚର୍ଚ୍ଚିତ ଦିପଙ୍କର

ଓଜନ କମାଇବାକୁ କିଏ ବା ନ ଚାହେଁ । ପତଳା ହୋଇ ସୁନ୍ଦର ଦେଖାଯିବାର ନିଶାରେ ସମସ୍ତେ ଯେପରି ବିଭୋର ହୋଇପଡିଛନ୍ତି । ସେହିପରି ଦିପଙ୍କର ପ୍ରସାଦ ନାମକ ଯୁବକ ମାତ୍ର ୭ ମାସ ଭିତରେ ନିଜର ଓଜନର ୫୧ କେଜି ହ୍ରାସ କରି ସୋସିଆଲ ମେଡିଆରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ନିଜର ଦୃଢ ବିଶ୍ୱାସ ମାଧ୍ୟମରେ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ଦୌନିକ ସ୍ୱାଭାବିକ ଖାଦ୍ୟ ଓ ବ୍ୟାୟମ ଦ୍ୱାରା ସେ ସଫଳ ହୋଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

Comments are closed.