ରାହୁଲଙ୍କ ଉପରେ ବର୍ଷିଲେ ଅସଦୁଦ୍ଦିନ ଓଓ୍ବେସି

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି। ସେ କହିଛନ୍ତି, ଆମେଠିରୁ ଜାଣିଶୁଣି ହାରିବା ପାଇଁ ଆପଣ କେତେ ଟଙ୍କା ନେଇଥିଲେ ନା ମାଗଣାରେ ହାରିଥିଲେ। ୨୦୧୪ରୁ ଏବେଯାଏଁ ଆପଣ କେବଳ ପରାଜିତ ହେଉଛନ୍ତି। ଆପଣଙ୍କ ହାରିବା ପଛର କାରଣ ମୁଁ ନୁହେଁ।

୨୦୦୮ରେ ଆମେରିକା ସହିତ ପରମାଣୁ ଚୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସମର୍ଥନ କରିବାକୁ କଂଗ୍ରେସକୁ କେତେ ଟଙ୍କା ଦିଆଯାଇଥିଲା ବୋଲି ଓଓ୍ବେସି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ରାହୁଲଙ୍କୁ ପଚାରିଛନ୍ତି।

Comments are closed.