ଖାଉଛନ୍ତି କି ମୁଗଡ଼ାଲି ?
ଭୁବନେଶ୍ୱର: ଡାଲି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି କୁହାଯାଏ । ସବୁ ପ୍ରକାର ଡାଲିରେ ପ୍ରୋଟିନ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ପାଇଁ ଖୁବ୍ ଦରକାରୀ । ସେଭଳି ମୁଗ ଡାଲିରେ ଫାଇବର, ପ୍ରୋଟିନ୍, କପର, ଭିଟାମିନ୍ ସି, ପୋଟାସିୟମ୍ ଆଦି ମିଳିଥାଏ । ଏହାର ସେବନ ଦ୍ୱାରା ବ୍ଲଡ ପ୍ରେସର କନଟ୍ରୋଲ ରହିଥାଏ, କିନ୍ତୁ କ’ଣ ଜାଣନ୍ତି କି କିଛି ଲୋକଙ୍କ ପାଇଁ ମୁଗ ଡାଲି ମଧ୍ୟ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ମୁଗ ଡାଲି ଖାଇବା ଉଚିତ ନୁହେଁ?
ଲୋ ବ୍ଲଡ ସୁଗାର: ଲୋ ବ୍ଲଡ ସୁଗାର ସମସ୍ୟା ଥିଲେ ମୁଗ ଡାଲି ଖାଇବା କ୍ଷତି କାରକ ହୋଇପାରେ । ମୁଗ ଡାଲିରେ ଏଭଳି ଉପାଦାନ ରହିଛି, ଯାହାକି ବ୍ଲଡ ସୁଗାରକୁ କମ୍ କରିବାରେ କାମ କରିଥାଏ । ଏଭଳି ସ୍ଥିତିରେ ବ୍ଲଡ ସୁଗାର ସମସ୍ୟା ସହ ସଂଗ୍ରାମ କରୁଥିବା ଲୋକଙ୍କୁ ମୁଗ ଡାଲି ଖାଇବା ଅନୁଚିତ ।
ଲୋ ବ୍ଲଡ ପ୍ରେସର: ହାଇ ବ୍ଲଡ ପ୍ରେସରକୁ କନଟ୍ରୋଲ କରିବା ପାଇଁ ମୁଗଡାଲି ଖାଇବା ଖୁବ୍ ଲାଭଦାୟକ । ହେଲେ ଲୋ ବ୍ଲଡ ପ୍ରେସର ଥିଲେ ମୁଗଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର । ଏହାର ସେବନ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ହାଇ ୟୁରିକ୍ ଏସିଡ୍: ଶରୀରରେ ୟୁରିକ୍ ଏସିଡର ସ୍ତର ବଢିଲେ ମୁଗ ଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର । ମୁଗ ଡାଲିରେ ପ୍ରୋଟିନର ମାତ୍ରା ଖୁବ୍ ଅଧିକ ହୋଇଥାଏ । ଏହି କାରଣରୁ ଆପଣଙ୍କ ଶରୀରରେ ୟୁରିକ୍ ଏସିଡର ସ୍ତର ଆହୁରି ବଢିପାରେ । ସେଥିପାଇଁ ହାଇ ୟୁରିକ୍ ଏସିଡର ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ମୁଗ ଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର ।
କିଡନୀ ଷ୍ଟୋନ୍: କିଡନୀ ଷ୍ଟୋନର ସମସ୍ୟାରେ ଖାଦ୍ୟପେୟର ଧ୍ୟାନ ନରଖିବା ଦ୍ୱାରା ଆପଣଙ୍କ ସମସ୍ୟା ବଢିବାରେ । କିଡନୀ ଷ୍ଟୋନ ସମସ୍ୟା ଥିଲେ ମୁଗ ଡାଲିର ଅଧିକ ସେବନ କରିବା କ୍ଷତିକାରକ ହୋଇପାରେ । ଏଥିରେ ପ୍ରୋଟିନ୍ ଓ ଅକ୍ସାଲେଟର ମାତ୍ରା ଅଧିକ ଥାଏ ।
Comments are closed.