ବର୍ଷାରେ ଗନ୍ଧଉଛି କି କପଡ଼ା ?

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ଆମେ ଯେତିକି ବର୍ଷାକୁ ଉପଭୋଗ କରୁ ତାଠାରୁ ଅଧିକ ଚିନ୍ତାର କାରଣ ସାଜିଥାଏ । କାରଣ ବର୍ଷାଦିନରେ ସାଧାରଣତଃ ଓଦା କପଡ଼ା ଶୁଖିବାରେ ବହୁତ ଅସୁବିଧା ହୁଏ । କପଡା ଧୋଇବା, ଶୁଖାଇବା ଓ ଆଇରନ୍‌ କରିବା ସବୁଠାରୁ ବଡ଼ କାମ । ଏହି ଋତୁରେ କପଡା ଧୋଇବା ପରେ ତାହା ଭଲରେ ଶୁଖି ନଥାଏ । ଯାହା ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଦୁର୍ଗନ୍ଧ ବାହାରିବା ଫଳରେ ବାହାରକୁ ଯିବାକୁ ଆମେ ନିଜକୁ କମ୍ଫଟେବୁଲ କରିପାରନ୍ତି ନାହିଁ । ଏହା ସହିତ ସ୍କିନ ପ୍ରୋବଲେମ ମଧ୍ୟ ବାହାରିଥାଏ । ଏ ପରିସ୍ଥିତିରେ ପ୍ରାୟ ଲୋକ ନିଜେ ସଫା ନ କରିବା କଥା ଭାବିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । କିନ୍ତୁ ଏପରି କିଛି ଟିପ୍ସ ଅଛି ଯାହା ଦ୍ୱାରା ବର୍ଷାରେ କପଡା ଧୋଇବା ପରେ ସେଥିରୁ ଦୁର୍ଗନ୍ଧ ବାହାରି ନଥାଏ ।
– ଯଦି ଆପଣଙ୍କ ୱାଶିଂ ମେସିନ ଫ୍ରଣ୍ଟ ଲୋଡେଡ୍‌ ହୋଇଥାଏ । ତେବେ ଏହାର ରବର ତଳ ଚେକ୍‌ କରି ନିଅନ୍ତୁ । ଅନେକ ସମୟରେ ସେଠାରେ ମଇଳା ଜମା ହୋଇ ଗନ୍ଧ ବାହାରିଥାଏ । ଏହାକୁ ସଫା କରି ସେଠାରେ ମାଉଥ୍‌ ୱାଶ୍‌ ପକାଇ ରଖନ୍ତୁ । ୧୦ ମିନିଟ୍‌ ପରେ ଏହାକୁ ସଫା କରି ଦିଅନ୍ତୁ । କପଡାରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ ।

– ୱାଶିଂ ମେସିନର ଟପକୁ ଠିକ୍‌ ଭାବେ ସଫା କରିବା ପାଇଁ ବେକିଂ ସୋଢା ଓ ସିରକାର ବ୍ୟବହାର କରିପାରିବେ । ଅଧା ଲିଟର ସିରକା ଏବଂ ୩ ବଡ଼ ଚାମଚ ବେକିଂ ପାଉଡର ମିଶାଇ ଟପରେ ପାଣି ଦେଇ ଢାଳି ଦିଅନ୍ତୁ । ଏବେ ୱାଶିଂ ମେସିନକୁ ୨୦/୨୫ ମିନିଟ ଯାଏ ଚାଲୁ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଟପ ସଫା ହେବା ସହ ତା’ ଭିତରର ଦୁର୍ଗନ୍ଧକୁ ମଧ୍ୟ ଦୂର କରି ଦେଇଥାଏ ।

– କପଡାକୁ ଆଇରନ୍‌ କରିବା ପ୍ରାୟ ଲୋକଙ୍କ ପାଇଁ କଷ୍ଟକର କାମ । ସହଜରେ ଆଇରନ୍‌ କରିବା ପାଇଁ କପଡାକୁ ଠିକ୍‌ ଭାବେ ଶୁଖାଇବା ବହୁତ ଜରୁରି । ୱାଶିଂ ମେସିନରେ ସଫା କରି ଶୁଖାଇବା ପରେ କପଡା ବେଶି ଜାକି ହୋଇଯାଇଥାଏ । ସେଥିପାଇଁ କପଡାକୁ ଡ୍ରାୟରରେ ପକାଇବା ସମୟରେ ବରଫ ପକାଇଲେ ସମସ୍ୟା କମ୍‌ ହୋଇଥାଏ । କପଡାକୁ ଡ୍ରାୟରରେ ପକାଇବା ସମୟରେ ସେଥିରେ ୩/୪ଟା ବରଫ ପକାଇ ଦିଅନ୍ତୁ । ବରଫ ତରଳିବା ଦ୍ୱାରା କପଡା ଷ୍ଟିମ୍‌ ହେବା ସହ କମ୍‌ ଜାକି ହୋଇଥାଏ । ଫଳରେ ଆଇରନ୍‌ କରିବା ସହଜ ହେବ ।

– ବର୍ଷା ଋତୁରେ କପଡା ଶୁଖିବାରେ ଖୁବ୍‌ ସମସ୍ୟା ଦେଖା ଦେଇଥାଏ । ତେଣୁ ଆପଣ ଏହାକୁ ଡ୍ରାୟର ପକାଇପାରିବେ । ତେବେ ପ୍ରଥମରୁ ଡ୍ରାୟର୍‌ ତଳେ ଏକ ଶୁଖିଲା ଟାୱେଲ୍‌ ପକାଇ ଦିଅନ୍ତୁ । ଫଳରେ କପଡା ଶୀଘ୍ର ପାଣି ଟାଣି ନେଇଥାଏ । ଆଉ ଏହି ଦର ଶୁଖିଲା କପଡାକୁ ନେଇ ହାଲକା ସୂର୍ୟ୍ୟକିରଣରେ ପକାଇ ପାରିବେ କିମ୍ବା ପବନ ଆତଯାତ ସ୍ଥାନରେ ମଧ୍ୟ ଶୁଖାଇପାରିବେ ।

Comments are closed.