ପୁଣି ମଣିପୁରରେ ହିଂସା, ଦୁଇ ଯବାନ ସହିଦ

ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ ଶହୀଦ ହୋଇଥିବା ଜଣାଯାଇଛି। ଏହି ଘଟଣା ମଣିପୁରର ବିଷ୍ଣୁପୁର ଜିଲାର ନାରଣସେନାରେ ଘଟିଛି। ଏନେଇ ମଣିପୁର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ତେବେ ଶହୀଦ ହୋଇଥିବା ଦୁଇ ଯବାନ ସିଆରପିଏଫର ୧୨୮ ବାଟାଲିୟନର ବୋଲି ଜଣାଯାଇଛି।

Comments are closed.