ଓଡ଼ିଶା ଆସିବେ ରାହୁଲ ଓ ଜେପି ନଡ୍ଡା

ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସର ସବୁଠାରୁ ବଡ଼ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା । ଏହି ଦୁଇ ବଡ଼ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯଦିଓ ଓଡ଼ିଶାରେ ବିଜେପି ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କି ସାରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର ସେଭଳି ବଡ଼ ଚେହେରା ଓଡ଼ିଶାରେ ପାଦ ଦେଇଛନ୍ତି ।

ତେଣୁ ରାହୁଲ ଗାନ୍ଧୀ କାଲି ଓଡ଼ିଶାରେ ନିର୍ବାଚନୀ ବିଗୁଲ ବଜାଇବେ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବା ବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Comments are closed.