ପୁଣି ଜାତିସଂଘରେ ଆତଙ୍କବାଦୀ ବିରୋଧରେ ଆସିଥିବା ପ୍ରସ୍ତାବକୁ ରୋକ୍ ଲଗାଇଲା ଚୀନ
ମିଳିତ ଜାତିସଂଘ: ପୁଣିଥରେ ଚାଇନାର ଅସଲ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି। ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ ରୋକ ଲଗାଇ ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଜାତିସଂଘ ସୁରକ୍ଷା ପରିଷଦର ଅଲ କାଏଦା କଟକଣା କମିଟି ୧୨୬୭ ଅଧୀନରେ ଆମେରିକା ଓ ଭାରତ ସମର୍ଥନରେ ମୀରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ଦ୍ୱାରା ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ସହ ତା’ର ସମ୍ପତ୍ତିକୁ ଜବତ ଓ ଯାତ୍ରା ଉପରେ ବ୍ୟାନ ଲଗାଯାଇଥାଆନ୍ତା। ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି।
ମାସୁଦ ଆଝାର ଆଫଗାନିସ୍ତାନରେ ଥିବା ପୁଣି କହିଲା ପାକିସ୍ତାନ
ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚି ଯାଇଛନ୍ତି। ତାଲିବାନର ତାଗିଦ…
ଏହାପୂର୍ବରୁ ଗତମାସରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଆଝାରକୁ କଳା ତାଲିକାଭୁକ୍ତ କରିବାକୁ ଆମେରିକା ଓ ଭାରତ ଆଣିଥିବା ପ୍ରସ୍ତାବକୁ ମଧ୍ୟ ଜାତିସଂଘରେ ଚାଇନା ବିରୋଧ କରିଥିଲା। ଏବେ ମୀର କ୍ଷେତ୍ରରେ ମଧ୍ୟ ଚାଇନା ସମାନ ଆଭିମୁଖ୍ୟ ଗ୍ରହଣ କରିଛି।
ମୀର ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୬/୧୧ ଆତଙ୍କବାଦୀ ହମଲାର ସେ ମୁଖ୍ୟ ହ୍ୟାଣ୍ଡେଲର ଥିଲା। ତା’କୁ ଧରିବା ପାଇଁ ଆମେରିବା ସରକାର ମଧ୍ୟ ୫ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ଜୁନ ମାସରେ ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ମୀରକୁ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।
Comments are closed.