ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନର ବୈଠକ ଅନୁଷ୍ଠିତ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଆଜି ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ଆଲୁମିନି ଆସୋସିଏସନର ଏକ ବୈଠକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ସମୟରେ ୨୦୧୦ ମସିହା ଠାରୁ କଲେଜ ଆଲୁମିନି ର ଆଜୀବନ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ବର୍ତମାନ ବିନା ଆଜୀବନ ସଦସ୍ୟ ଓ ନିର୍ବାଚିତ କମିଟି ର ପରାମର୍ଶ ରେ ଆଉ ଏକ ଆଲୁମିନି ଆସୋସିଏସନ ପଞ୍ଜିକୃତ ହୋଇଛି । ଏହାକୁ ଅଗଣତାନ୍ତ୍ରୀକ ଓ ଆଇନସମ୍ମତ ନୁହଁ ବୋଲି ଆଲୁମିନି ଆସୋସିଏସନ ଅଭିଯୋଗ ଆଣିଛି । ଏ ସମ୍ପର୍କରେ ରେ ଏକ ନିନ୍ଦା ପ୍ରସ୍ତାବ ଅଣାଯିବା ସହ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ଥାବ ଗୃହୀତ ହୋଇଛି । ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୦୧୬ ରେ ଆଲୁମିନି ଆସୋସିଏସନ ର ନିର୍ବାଚନ ରେ ରାମ ଚନ୍ଦ୍ର ମହାପାତ୍ର ସଭାପତି, ଭବେନ୍ଦ୍ର ପଣ୍ଡା ଉପ ସଭାପତି, ଅବିନାଶ ଠାକୁର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଆଉ ଏକ ଆଲୁମିନି ଅବୈଦ୍ୟ ଭାବରେ କିଛି ଜଣ କରିଥିବା ନେଇ ଅଭିଯୋଗ ଆସିଛି । ଏପରିକି ପୂର୍ବତନ କଲେଜ ଅଧ୍ୟକ୍ଷ ଡ ବାବା ମିଶ୍ର ଙ୍କ କାର୍ଯକାଳ ସମୟରେ ନିଜେ ଆଲୁମିନି ସଭାପତି କିପରି ହେଲେ ଓ ଭବାନୀ ଶଙ୍କର ନିଆଲ ବିନା ସଦସ୍ୟତାରେ ସମ୍ପାଦକ କିପରି ହେଲେ ଏ ନେଇ ସଭ୍ୟମାନେ ପ୍ରଶ୍ନ କରିଛନ୍ତି । ଖୁବ ଶିଘ୍ର ଏହାର ସମାଧାନ କରାଯାଇ ମହାବିଦ୍ୟାଳୟ ର ଆନୁସଙ୍ଗିକ ଉନ୍ନତି କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ଆଲୁମିନି ଆସୋସିଏସନ ଉପଦେଷ୍ଟା ଅକ୍ଷୟ ନନ୍ଦ କହିଛନ୍ତି । ସୂଚନା ଯୋଗ୍ୟ ଯେ ୧୮ ଜୁଲାଇ ୧୯୬୦ ମସିହାରେ ଆରମ୍ଭ ହୋଇଥିବା ମହାବିଦ୍ୟାଳୟ ପରେ ୧୯୬୧ ମସିହାରେ ସରକାରୀ ବିଜ୍ଞାନ କଲେଜ ହୋଇଥିଲା । ୨୦୦୨ ରେ ସ୍ବୟଂଶାସିତ ମାନ୍ୟତା ହୋଇଥିଲା । ବର୍ତ୍ତମାନ ସରକାର ଏହି ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଜୁଲାଇ ମାସରେ କଲେଜ ତାର ହୀରକ ଜୟନ୍ତୀ ସମାରୋହ ପାଳନ କରିବ । ଏଥିପାଇଁ ଆଲୁମିନି ଆସୋସିଏସନ ଆଗାମି ଦିନରେ ଏକ ସଂଯୋଜନା କମିଟି ଗଠନ କରି ସମସ୍ତ ପୁରାତନ ଛାତ୍ର କୁ ମହାବିଦ୍ୟାଳୟ ସହ ଯୋଡିବାସହ ହୀରକ ଜୟନ୍ତୀ କୁ ବହୁ ଆଡମ୍ବରରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏ ମହାବିଦ୍ୟାଳୟର ଆଲୁମିନି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ, ରାଜ୍ୟସଭା ପାର୍ଥୀ ସୁଜିତ କୁମାର, ପିନାକ ମିଶ୍ର ପ୍ରମୁଖ ହୋଇଥିବାରୁ ସେମାନଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଆଲୁମିନି ଏସୋସିଏସନ ର ସଭାପତି ରାମ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ଉପଦେଷ୍ଟା ଡ ଅକ୍ଷୟ କୁମାର ନନ୍ଦ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଦ୍ମ ଲୋଚନ ଭୋଇ, ଆଜୀବନ ସଦସ୍ୟ ଡ ଅଜୟ ମିଶ୍ର, ସିମାଞ୍ଚଳ ମିଶ୍ର, ପୂର୍ବତନ ଛାତ୍ର ସଭାପତି ଧର୍ମେନ୍ଦ୍ର ନାଏକ, କିର୍ତନ ନାଏକ, ପ୍ରଣଵ ଭୋକ୍ତା, ସୁମନ ରଥ, କୃଷ୍ଣାବତାର ଦେଓ, ମହେଶ୍ବରୀ ଦାଶ, ସତ୍ୟନାରାୟଣ ମହାପାତ୍ର, ଜଗନ୍ନାଥ ମୁଣ୍ଡ, ସଞ୍ଜୀବ ନାୟକ, ଅଶୋକ ପାତ୍ର, ସତ୍ୟ ସିଂ, ବିରନ୍ଚି ମହାପାତ୍ର, ବାବା ଅଲି ଖାନ, ସୁବ୍ରତ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.