ବିଜେପିରେ ମିଶିଲେ ଅଜୟ ଆଲୋକ

ପାଟନା: ଜନତା ଦଳ ୟୁନାଇଟେଡର ପୂର୍ବତନ ମୁଖପାତ୍ର ଡ଼.ଅଜୟ ଆଲୋକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଅଜୟ ଆଲୋକ ଦୀର୍ଘ ଦିନ ଧରି ଜନତା ଦଳ ୟୁନାଇଟେଡର ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ ନେତାଙ୍କ ମଧ୍ୟରେ ବିବେଚନା କରାଯାଉଥିଲା। ମୁଖପାତ୍ର ଭାବରେ ଅଜୟ ଆଲୋକ ବିରୋଧୀଙ୍କ ଉପରେ ଘୋର ଆକ୍ରମଣ କରୁଥିଲେ। ଲାଲୁ ପ୍ରସାଦ ଯାଦବଙ୍କ ଆଦର୍ଶକୁ ବିରୋଧ କରୁଥିବା ଅଜୟ ଆଲୋକ ଅନେକ ସମୟରେ ଆରଜେଡି ସୁପ୍ରିମୋ ଏବଂ ତାଙ୍କ ପରିବାର ଉପରେ ଘୋର ଆକ୍ରମଣ କରିଆସୁଥିଲେ ।

ଅଗଷ୍ଟ ୨୦୨୨ ମସିହାରେ ଯେତେବେଳେ ନୀତୀଶ କୁମାର ମହାଗଠବନ୍ଧନରେ ଯୋଗ ଦେଇଥିଲେ, ସେତେବେଳେ ଅଜୟ ଆଲୋକ ଜେଡିୟୁରୁ ଇସ୍ତଫା ଦେଇଥିଲେ। ଜେଡିୟୁରୁ ଇସ୍ତଫା ଦେବା ପରେ ଅଜୟ ଆଲୋକ ଲଗାତାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରୁଥିଲେ । ଗତ ବର୍ଷ ଅଗଷ୍ଟରେ ଅଜୟ ଆଲୋକ ନିଜ ଟ୍ୱିଟରେ ଲେଖିଥିଲେ ଯେ “ଗତ ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ହେବା ଆଶାରେ ବିହାରକୁ ସତ୍ୟାନାଶ କରିଥିବା ଏହି ମହାନ ବ୍ୟକ୍ତି ନୀତୀଶ କୁମାର ନୁହଁନ୍ତି ବରଂ ‘ନାଶ’ କୁମାର। ଅଜୟ ଜେଡିୟୁରେ ନୀତୀଶ କୁମାର ଓ ଆରସିପି ସିଂହଙ୍କ ଅତି ଘନିଷ୍ଠ ଥିଲେ | ଦଳରେ ସେ ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଥିଲେ।

Comments are closed.