ମନୀଷ ସିସୋଦିଆଙ୍କୁ ଝଟକା,, ଜାମିନ ଦେବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ୍ସାଇଜ୍ ପଲିସି ମାମଲାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର (ଏପ୍ରିଲ 28) ଦିନ ତାଙ୍କୁ ଜାମିନ ଦେବାକୁ ଦିଲ୍ଲୀ କୋର୍ଟ ମନା କରି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବର୍ତ୍ତମାନ ସିସୋଦିଆ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବେ। କୋର୍ଟରେ ଶୁଣାଣି ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଛି। ଏହି ଅନୁସନ୍ଧାନ ଏକ ଗୁରୁତର ପର୍ଯ୍ୟାୟରେ ଥିବା ଏବଂ ବରିଷ୍ଠ AAP ନେତା ଏହି ନୀତିର ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଇମେଲ ଗଠନ କରିଛନ୍ତି ବୋଲି ଇଡି କହିଛି। ଫେବୃଆରୀ 26 ରେ ସିବିଆଇ ସିସୋଡିଆକୁ ଏକ୍ସାଇଜ୍ ପଲିସିରେ ଅନିୟମିତତା ଅଭିଯୋଗରେ ଧରିଥିଲା।

Comments are closed.