ଅଗ୍ନିକାଣ୍ଡରେ ଜଳିଗଲା ଲେଡିଜ୍ ଟେଲର୍ ଦୋକାନ

ସାଲେପୁର(ବିକ୍ରମ କେଶରୀ ବଳ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଚମ୍ପା ବଜାରରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଏକ ଲେଡିଜ୍ ଟେଲର୍ ଦୋକାନ। ଆଜି ଦିନ ପ୍ରାୟ ୯ ଟା ବେଳେ ଠାକୁରଙ୍କୁ ଦେଇଥିବା ଧୂପ ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଏହି ବଜାରରେ ଦୋକାନ ମାଲିକାଣୀ ଟୁନିଲତା ଜେନା ଏକ ଲେଡିଜ୍ ଟେଲରିଂ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଅଗ୍ନିକାଣ୍ଡରେ ଦୋକାନରେ ଥିବା ଟେଲରିଂ ମେସିନ, କପଡା ଓ ସମସ୍ତ ଆସବାବପତ୍ର ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ଅଗ୍ନିକାଣ୍ଡରେ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି ।

Comments are closed.