ସୁପ୍ରିମକୋର୍ଟରେ ଆଦାନୀ କେସ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ବିଶ୍ୱ ଧନୀ ତାଲିକାର ଟପ୍‌ ୨୦ରୁ ବାଦ ପଡ଼ିଛନ୍ତି। ଏକଦା ସେ ଧନୀ ତାଲିକାର ୩ନଂ ସ୍ଥାନରେ ଥିଲେ। ରିପୋର୍ଟ ବାହାରିବା ପରେ ସେ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା କୁହାଯାଉଛି।

ଆଦାନୀ ଗ୍ରୁପ୍‌ ଠକେଇ କରି ନିଜର ଶେୟାର ମୂଲ୍ୟ ବୃଦ୍ଧି କରିଥିବା ରିପୋର୍ଟରେ କୁହାଯାଇଥିବାରୁ ବିରୋଧୀ ଦଳଗୁଡ଼ିକ ବି ସଂସଦରେ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଛନ୍ତି। ତେବେ ଏସବୁ ଭିତରେ ହିଣ୍ଡେନବର୍ଗ ରିସର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଛି।

Comments are closed.