ଆମ୍ବୁଲାନ୍ସ ଧକ୍କାରେ ଜଣକ ମୃତ୍ୟୁ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଆମ୍ବୁଲାନସ ଧକ୍କାରେ ଜଣେ ମୃତ , ମୃତକଙ୍କ ନାମ କୁବେର ନାୟକ , ୫୦ ବର୍ଷ , ଘର ସ୍ଥାନୀୟ ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀରେ | କୁବେର ସାଇକେଲ ଯୋଗେ ପେଟ୍ରୋଲ ପମ୍ପ ପାଖରୁ ଓମଫେଡ୍ କମ୍ପାନୀ ନିକଟକୁ ଯିବା ପାଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ ପଶ୍ଚିମ ବଙ୍ଗକୁ ମୃତ ଦେହ ନେଇ ଯାଉଥିବା ଏକ ଆମ୍ବୁଲାନସ ଧକ୍କା ଦେଇ ଫେରାର ହୋଇ ଯାଇଥିଲା | ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ଖଵର ପାଇ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତି ପୂରଣ ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ତେବେ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି |

Comments are closed.