ଭାରସାମ୍ୟ ହରାଇ ଓଲଟି କାର,ଜଣେ ମୃତ,୫ଆହତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ଶାନ୍ତି ନଗର ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ଡ୍ରାଇଭ୍ରର ସମେତ କାର ମଧ୍ୟରେ ଥିବା ଅନ୍ୟ ଚାରି ଜଣ ଆହାତ ହୋଇଥିଲେ । ଏହା ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି କାର ଜବତ କରିବା ସହ କେସ ନମ୍ବର ୧୫୯/ ୨୨ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

ପ୍ରକାଶ ଥାଉକି, କାର ନମ୍ବର ସିଜି ୦୬ ଏଲ୍‌ ୦୭୧୪ ଯୋଗେ ଛତିଶ ଗଡ଼ର ସିଆବାଠାରୁ ଗଞ୍ଜାପାରା ଫେରୁଥିଲେ । ଉକ୍ତ ସମୟରେ କାରଟି ଭାରସାମ୍ୟ ହରାଇ ଘଟଣା ସ୍ଥଳରେ ଗଞ୍ଜାପରା ଗ୍ରାମରେ ଭରତ ମାଳି (୩୨)ଙ୍କ ଘଟଣା ସ୍ଥଳରେ ହିଁ ମୃତ ହୋଇଥିଲା ।

Comments are closed.