ନାଚୁଣି ହରିପୁର ଷଣ୍ଢ ଛକରେ ଅଟୋ ବାଇକ ଧକ୍କା

ଟାଙ୍ଗି(ରାକେଶ କୁମାର ଜଗଦେବ) : ନାଚୁଣି ହରିପୁର ଷଣ୍ଢ ଛକରେ ଅଟୋ ବାଇକ ଧକ୍କା | ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର | ସ୍ଥାନୀୟ ଯୁବକ ଘଟଣା ସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଗଙ୍ଗାଧର ପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ | ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି | ଯୁବକଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି | ଯୁବକ ଜଣକ ହେଇଛନ୍ତି ବାଣପୁର ଓଡ଼ଗାଁ ର ସୁନୀଲ ସାସମଲ ବୟସ ୩୦ ବର୍ଷ ବୋଲି ଜଣାପଡିଛି |

Comments are closed.