ଟ୍ରକ୍‌ ଧକ୍କାରେ ବୋଲେରୋ ଚୂର୍‌ମାର , ୪ ମୃତ

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ ନଂ ଜାତୀୟ ରାଜପଥର ଦ୍ବାରଶୁଣୀ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ଏକ ବୋଲେରୋ ଚୂର୍‌ମାର୍‌ ହୋଇ ଯାଇଥିବା ବେଳେ ଏଥିରେ ବସିଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି।ବାଙ୍ଗିରିପୋଷି ବ୍ଲକ୍‌ ତୁଳସୀବଣି ଗ୍ରାମର ସାଧୁ ଟୁଡୁଙ୍କ ପୁଅ ଡେଭିଡ୍ (୧୨) ଓ ଝିଅ ଏଲିଜାବେଥ୍ (୧୪) ତାଙ୍କ ପୀଉସା ଆଲିଓ ହାଁସଦା(୫୦) ଓ ପିଉସୀ ଆଲାଦି ହାଁସଦା(୪୫)ଙ୍କ ସହ ବିଶୋଇ ଥାନା ବାଙ୍କି ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରୁ ଏକ ବୋଲେରୋ ଯୋଗେ ଘରକୁ ଫେରୁଥିବା ବେଳେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ବୋଲେରୋକୁ ଧକ୍କା ଦେଇ ପ୍ରାୟ ୫୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ଏଲଉ ହାଁସଦା ଓ ଆଲାଦି ହାଁସଦାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଡେଭିଡ୍ ଓ ଏଲିଜାବେଥ ଭିତରେ ଚାପିହୋଇ ରହିଥିଲେ। ବାରିପଦା ମୁଖ୍ୟ ଡାକ୍ତରଖାନାରେ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟିଛି।

Comments are closed.