ଟ୍ରକ୍ ପଛପଟୁ ଧକ୍କା ଦେଲା କାର୍

ନୟାଗଡ଼ : ନୟାଗଡ଼, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଟ୍ରକ ପଛପଟୁ ଧକ୍କା ଦେଲା ଏକ ସ୍ୱିଫ୍ଟ ଡିଜାର କାର୍ । ଯାହାଫଳରେ ଗୋଟିଏ ପରିବାରର ୮ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ହରିବନ୍ଧୁ ମେହେର, ତାଙ୍କ ସ୍ତ୍ରୀ ଏବଂ ପିଲା ମାନଙ୍କୁ ନେଇ ଏକ କାର୍ ଯୋଗେ ସୋନପୁରରୁ ପୁରୀ ଯାଉଥିଲେ । ନୂଆଗାଁ ଥାନା ସୋରଡା ନିକଟରେ ଏକ ଟ୍ରକ୍ ପଛ ପଟୁ ଧକା ଦେଇଥିଲା । ଘଟଣା ସ୍ଥଳରେ ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚାରି ଗୋଟି ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ହସ୍ପିଟାଲକୁ ନିଆଯାଇଛି ।

Comments are closed.