ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଖସିଲା ଯାତ୍ରୀ ବାହୀ ସ୍କର୍ପିଓ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ବିନ୍ଧାଣିଆ ନିକଟରେ ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଖସିଲା ଯାତ୍ରୀ ବାହୀ ସ୍କର୍ପିଓ , ଅଳ୍ପକେ ବର୍ତିଲେ ସମସ୍ତ ଯାତ୍ରୀ | ଗାଡି ଟି କାକଟପୁର ରୁ ବ୍ରହ୍ମପୁର ଯାଊଥିବା ବେଳେ ବିନ୍ଧାଣିଆ ନିକଟରେ ଘଟିଛି ଦୁର୍ଘଟଣା | ବିନ୍ଧାଣିଆ ନିକଟରେ ଜାତୀୟ ରାଜପଥ ଉପରକୁ ଏକ ଗାଇ ଆସି ଯିବାରୁ ଘଟିଛି ଦୁର୍ଘଟଣା | ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ୍ ଛାନ ବିନ୍ ଆରମ୍ଭ କରିଛି |ବ୍ରହ୍ମପୁର ଅଂଚଳର ଏକ ପରିବାର
କାକଟ ପୁରରୁ ମା ମଙ୍ଗଳାଙ୍କ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା | ତେବେ ଗାଡିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣା ପଡିଛି | ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗୀ ପୋଲିସ୍ ଅନ୍ୟ ଏକ ଗାଡିରେ ବ୍ରହ୍ମପୁୁର ପଠାଇ ଦେଇଛି |
Comments are closed.