ଜାତୀୟ ରାଜପଥ ୨୨୦ ନମ୍ବର ଗମ୍ଭାରିଆ ରାସ୍ତାରେ ପିକ୍ଅପ ଧକ୍କାରେ ବାଇକ ଆରୋହୀ ମୃତ
ମୟୂରଭଂଜ(ବିଶ୍ୱଜିତ୍ ମହାନ୍ତି ) : ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଛକ ଗଡାଣିଆ ରାସ୍ତାରେ ଏକ ବାଇକ ସହ ପିକଅପ ଧକ୍କାରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ସୂଚନାନୁସାରେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ପଞ୍ଚାୟତର ସୁକୁଲାଲ ସର୍ଦାର(୨୪) ମଟର ସାଇକେଲ ଯୋଗେ ଶଶୁର ଘର ହଳଦା ଗାଁକୁ ଯାଉଥିବାବେଳେ ସାମନାପଟୁ ଏକ ପିକଅପ ଭ୍ୟାନ ସହ ମୁହାଁମୁହିଁରେ ବାଇକ ଚାଳକ ସୁକଲାଲ ରାସ୍ତାରେ ଘୋଷାରି ହୋଇ ଛିଟକି ପଡ଼ିଥିଲେ , ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପିକଅପ ଭ୍ୟାନ ଖସି ପଳାଉଥିବାବେଳେ ବହଳଦାରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟକ ରଖିବା ସହ ତଦନ୍ତ କରୁଛି ।ମୃତକକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଶବଗୃହରେ ରଖାଇଛି । ନୂଆ ବର୍ଷର ଆରମ୍ଭରୁ ୫ ଦିନ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ରାସ୍ତା ଦୁର୍ଘଟଣାରେ ୩ ମୁଣ୍ଡ ଗଡିଲାଣି । ମୃତକଙ୍କ ଦୁଇଟି ସାନ ଛୁଆ ଥିବା ସୂଚନା ରହିଛି ।
Comments are closed.