ହାଇୱା ଧକ୍କାରେ ସ୍କୁଟି ଚାଳକ ମୃତ
ରଣପୁର(ଚିରଞ୍ଜିବି ଦାଶ) : 16ନଂ ଜାତୀୟ ରାଜପଥ ଚମ୍ପାଗଡ଼ ଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି l ସେ ଭୁବନେଶ୍ୱରରୁ ସ୍କୁଟି ଯୋଗେ ଟାଙ୍ଗୀ ଆସୁଥିବା ବେଳେ ଏକ ନମ୍ବର ବିହୀନ ହାଇୱା ପଛ ପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଥିଲା l ମୃତକଙ୍କର ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗାଡିକୁ ଅଟକ ରଖି ଅଧିକ ତଦନ୍ତ କରୁଛି |
Comments are closed.