ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ |ଦୁର୍ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ | କୁହୁଡି ପେଟ୍ରୋଲ ପମ୍ପରୁ ବାଇକରେ ତେଲ ପକାଇ କୟଥ ପଲା ଗ୍ରାମର ୩ ଜଣ ଯୁବକ ଘରକୁ ଫେରୁଥିବା ବେଳେ କୋଚିଲା ଛକରେଏକ ଦ୍ରୁତ ଗାମୀ କାର୍ ବାଇକ୍ କୁ ଧକ୍ଜା ଦେଇଥିଲା ଫଳରେ ରାସ୍ତା ତଳକୁ ୩ ଜଣ ଯୁବକ ଛିଟିକି ପଡି ଗୁରୁତର ହୋଇଥିଲେ | ପାଟ୍ରୋଲିଂ ରେ ଯାଉଥିବା ଟାଙ୍ଗୀ ପୋଲିସ୍ ଏକ ଭ୍ୟାନ ଗୁରୁତର ଦେଖିବା ପରେ କାଳ ବିଳମ୍ବ ନକରି ଗୁରୁତର ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଛି | ତେବେ ଗୁରୁତର ମାନଙ୍କର ଅବସ୍ଥା ଉଦବେଗ ଜନକ ହେବାରୁ ସେମାନଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି | ଗୁରୁତର ମାନେ ହେଲେ ଟାଙ୍ଗୀ ଥାନା କୟଥ ପଲା ଗ୍ରାମର ଚନ୍ଦନ ସ୍ୱାଇଁ ,କାଳୁ ସ୍ୱାଇଁ ଏବଂ ତ୍ରୀଲୋକ ଲୋଚନ ଚଂପତିରାୟ |
Comments are closed.