ନାଚୁଣୀ କହେଁଇପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ନାଚୁଣୀ କହେଁଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜେୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ l ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକରେ ହଠାତ ଉଭୟ ଗାଡ଼ି ଧକ୍କା ହୋଇଥିଲେ l ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକାନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ଭିତରେ ପଶିଯାଇଥିଲା ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ l ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି l ମୃତକଙ୍କ ପରିଚୟ ମିଳିନାହିଁ | ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି l
Comments are closed.