ସ୍କୁଲରୁ ଫେରୁଥିବା ବେଳେ ମା ଓ ପୁଅକୁ ଚଢ଼ାଇଦେଲା ଟ୍ରକ , ପୁଅ ମୃତ ମା ଗୁରୁତର

କୁଜଙ୍ଗ(ଦିପା ରାଣୀ ରାଉତ) : ପାରାଦ୍ୱୀପ ଅଠରବାଙ୍କୀ ଟାରମିନାଲ ରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା l ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ମା ଓ ପୁଅ ଙ୍କୁ ଚଢ଼ାଇଦେଲା ଟ୍ରକ l ଘଟଣାସ୍ଥଳ ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି l ପାରାଦ୍ୱୀପ ବେଥାନୀ କନଭେଣ୍ଟ ସ୍କୁଲ ର ୟୁକେଜି ଛାତ୍ର ଜୀୟାଂଶୁ ଓ ତାଙ୍କ ମା ବେଥାନୀ ସ୍କୁଲ ର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲ ସ୍କୁଟିରେ ନିଜ ଘରକୁ ଫେରୁଥିବା ସମୟରେ ଟରମିନାଲ ରାସ୍ତାରେ ଏକ ଟ୍ରକ ଚଢ଼ାଇଦେବାରୁ ଘଟଣାସ୍ଥଳ ରେ ପୁଅ ର ମୃତ୍ୟୁ ହୋଇଥିବା ବେଳେ ମା ନେହା ଖଣ୍ଡେଲୱାଲ ଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତି କରିଛନ୍ତି l ତେବେ ଦୁର୍ଘଟଣା ରେ ଗୁରୁତର ଥିବା ବେଥାନୀ କନଭେଣ୍ଟ ସ୍କୁଲ ର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲ ଙ୍କୁ ଅବସ୍ଥା ଗୁରୁତର ଦେଖିବା ପରେ ଅଠରବାଙ୍କୀ ମେଡିକାଲ ରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Comments are closed.