ବାଇକ ଦୁର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ଦୁର୍ଘଟଣାରେ ଚାଲିଗଲା ଜଣେ ମେଧାବୀ ଛାତ୍ର ଙ୍କ ଜୀବନ, ଆଉ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ କରୁଛନ୍ତି ସଂଗ୍ରାମ । ଘଟଗାଁ ଗଦାଧରପୁର ସ୍ଥିତ ଗୁରୁକୂଳ ସ୍କୁଲର ଦୁଇ ଜଣ +୨ ଛାତ୍ର ବୋଲି ଜଣା ପଡିଛି । ସେମାନେ କଲେଜର ମେସରେ ରହୁଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ମଟର ସାଇକେଲରେ ମେସକୁ ଫେରୁଥିବା ସମୟରେ ଢେଙ୍କିକୋଟର କପାସପଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଲାଗିଥିବା ବ୍ୟାରିକେଟ ପିଟି ହୋଇ ବାଇକ ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣା ସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଛାତ୍ରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଗୁରୁତର ଛାତ୍ରଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ମୃତ ଛାତ୍ରଙ୍କର ପରିଚୟ ଜଣା ପଡିନଥିବା ବେଳେ ଗୁରୁତର ଜଣଙ୍କ ହେଉଛନ୍ତି ମାଇନିଂ ଅଂଚଳର କ୍ରୀସ୍ନା ଥାପାଙ୍କ ପୁଅ ରୋନି ଥାପା ।
Comments are closed.