କଣ୍ଟେନର ପଛରେ ପସିଗଲା ଆମ୍ବୁଲାନ୍ସ, ୭ ମୃତ

ବରେଲୀରେ ମଙ୍ଗଳବାର ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରେଲୀରେ ଏକ କେଣ୍ଟନର ଏବଂ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ୭ ଲୋକଙ୍କ ମୃତ୍ୟୁ ହୋଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୋକବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ସାହାଯ୍ୟ କରିବା ଏବଂ ଚିକିତ୍ସା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ସକାଳ ୬.୩୦ରୁ ୭.୦୦ ମଧ୍ୟରେ ଫତେହଗଞ୍ଜ ପଶ୍ଚିମରେ ଶଙ୍ଖାପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ମେଡିକାଲ କଲେଜରୁ ଦିଲ୍ଲୀ ଆଡକୁ ଯାଉଥିଲା। ଦିଲ୍ଲୀ ହାଇେଓ୍ଵରେ ଅନିୟନ୍ତ୍ରିତ ହୋଇ ପଛପଟୁ କଣ୍ଟେନର ଧକ୍କା ଦେଇଥିଲେ। ଏହି ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଥିଲା। ସୂଚନା ମୁତାବକ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶବକୁ କାଢିଥିଲା।

କ୍ରେନ ଜରିଆରେଆମ୍ବୁଲାନ୍ସକୁ କଢାଯାଇଥିଲା। ମୃତକ ପରିବାର ପିଲିଭିତ ରହୁଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ମେଡିକାଲ କଲେଜ ସାମ୍ନାରେ ଥିବା ଗାଁରେ ରହୁଥିଲ। । ପୋଲିସ ଜବତ କରିଥିବା ଶବକୁ ଜିଲ୍ଲା ହସପିଟାଲରେ ରଖିଛି।

ସୂଚନା ମୁତାବକ, ବହରାଇଚ-ଲକ୍ଷ୍ମୀପୁର ଖିରି ହାଇେଓ୍ଵରେ ସକାଳେ ଟ୍ରକ ଏବଂ ଏକ ଟେମ୍ପୋ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୭ ଲୋକଙ୍କ ଜୀବନ ଚାଲିଯାଇଥିଲା। ଆଉ ୯ ଲୋକ ଆହତ ହୋଇଥିଲେ। ଆହତଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲକୁ ପଠାଯାଇଥିବା ବେଳେ ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ମୁତାବକ, ସମସ୍ତ ଶ୍ରଦ୍ଧାଳୁ କର୍ଣ୍ଣାଟକ ଜିଲ୍ଲାର ବୋଲି ଜଣଶପଡିଛି। ଯେଉଁମାନେ ଉତ୍ତରାଖଣ୍ଡ ଦର୍ଶନ ସାରି କାଶୀ ଫେରୁଥିଲେ।

Comments are closed.