ବିଦ୍ୟୁତ୍ ସଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କାଶୀପୁର ଗ୍ରାମରେ ଗତକାଲି ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୮ ବଖରା ଘର ସମ୍ପୂର୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ଗ୍ରାମର ସ୍ବର୍ଗତ ଚୁନା ଖାଁଙ୍କ ପୁଅ ଅରଫାନ ଖାନ, ଗୁଲଫାନ ଖାନ, ଇମତୀୟାଜ ଖାନ, ଏବଂ ଚନ୍ଦା ଖାନଙ୍କ ଘରେ ଗତକାଲି ସନ୍ଧ୍ୟାରେ ହଠାତ ବିଦ୍ୟୁତ୍ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା।

ନିଆଁର ତୀବ୍ରତା ଏତେ ଥିଲା ଯେ ଘରୁ କୌଣସି ଜିନିଷ ଆସବାବପତ୍ର ବାହାର କରିବା ସମ୍ଭବ ହୋଇନଥିଲା। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Comments are closed.