ବାଇକ ଚୋରି ଘଟଣାର ପର୍ଦାଫାଶ କଲା ପୁଲିସ
ଜଟଣୀ(ସଞ୍ଜୀବ କୁମାର) : ଖୋର୍ଦ୍ଧା ଜିଲ୍ଲା ଛତିପୁର ଅଂଚଳର ପ୍ରମୋଦ କୁମାର ସ୍ୱାଇଁ ଚଳିତ ୯ ତାରିଖ ପୁର୍ବାହ୍ନରେ ଜଟଣୀ ରେଳପଥ ମାର୍କେଟକୁ କିଣାକିଣି କରିବାକୁ ତାଙ୍କ ବାଇରେ ଯାଇଥିଲେ । ଓଡି ୦୨ଏମ ୦୭୦୧ ନମ୍ବର ବିଶିଷ୍ଟ ବାଇକଟିକୁ ରଖି ମାର୍କେଟ ପରିସରକୁ ଯାଇ ଫେରିବାପରେ ବାଇକଟି ଚୋରି ହୋଇଯାଇଥିଲା । ତେବେ ଏନେଇ ପ୍ରମୋଦ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଉକ୍ତ ବାଇକଟି କବାଡିଆରେ ରହିଥିବା ପୁଲିସ ଖବର ପାଇଥିଲା । କବାଡିଆରେ ଚଢାଉ କରାଯିବା ପରେ ଉକ୍ତ ବାଇକ ସହିତ ଆହୁରି ୪ଟି ଚୋରା ବାଇକ ମିଳିଥିଲା । ଉକ୍ତ ଚୋରା ବାଇକ ଗୁଡିକୁ ଲୁଟ କରୁଥିବା ଅଭିଯୁକ୍ତମାନଙ୍କୁ ପୁଲିସ ସେମାନଙ୍କ ଘରୁ ଗିରଫ କରିଛି । ଏହି ଗ୍ୟାଙ୍ଗର ମୂଖ୍ୟ ଅଭିଯୁକ୍ତ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ମହତାବ ନଗରର ହରି ଓରଫ ହରେକୃର୍ଷ୍ଣ ପାଲ । ହରେକୃଷ୍ଣ ଅଭିଯୋଗକାରୀ ପ୍ରମୋଦଙ୍କ ବାଇକକୁ ଚୋରି କରି କବାଡି ଖାନାରେ ବିକ୍ରି କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ତେବେ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ରଥୀପୁର ହରିଜନ ସାହୀର ରବି ନାଏକ(୩୨), ରଥୀପୁର ଟାଙ୍ଗୀ ସାହୀର ରମଜାନୀ ଓରଫ ସେକ ରମଜାନୀ(୨୪), ରଥୀପୁର ପଡାସାହୀର ମହମଦ ଆସିକ(୩୩) ବୋଲି ଜଟଣୀ ଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି ।
Comments are closed.