ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କଲେ ଜବାନ

ମାଲକାନଗିରି(ଅପୂର୍ବ ଥଣ୍ଡର) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କଲେ 165 CRPF ବାଟାଲିୟନ ଜବାନ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ପୋମାମଲା ଥାନା ଅନ୍ତର୍ଗତ ଫୁଣ୍ଡୁରୀ ଗ୍ରାମ ନିକଟ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ମାନେ ଲ୍ୟାଣ୍ଡ ମାଇନ ଖଞ୍ଜି ଥିଲେ । ହେଲେ DRG ବାହିନୀ ଓ CRPF 165 ବାଟାଲିୟନର ଜବାନ ମାନେ କୁମ୍ବିଙ୍ଗ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡ ମାଇନ ଡିଟେକଟର ଦ୍ୱାରା ଏହାକୁ ଠାବ କରିଥିଲେ । ପରେ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରାଯାଇଥିଲା । ତେବେ ଜବାନ ମାନଙ୍କ ସତର୍କତା ଯୋଗୁଁ ଏକ ବଡ ଅଘଟଣ ଟଳି ଯାଇଥିଲା

Comments are closed.