ସଂଜୀବ ହତ୍ୟା କାଣ୍ଡ ଘଟଣାର ପର୍ଦ୍ଦାଫାସ
ତରଭା(କଲ୍ୟାଣ ନାୟକ) : ଗତ ଶନିବାର ବିଳମ୍ବିତ ରାତି ତରଭା ଗଡଭିତର 10ନଂ ୱାର୍ଡର ସଂଜୀବ ଗୁରୁ ଓରଫ ରାଜା (33) ପି ନିଳକଣ୍ଠ ଗୁରୁ ଙ୍କ ହତ୍ୟା କାଣ୍ଡ ଘଟିଥିଲା । ତାଙ୍କ ସ୍ତ୍ରୀ କାଉନସିଲର ନଳିନୀ ନାଏକ (29) ତା ପରଦିନ ତରଭା ଥାନାରେ ସ୍ବାମୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଜାରି ରଖିଥିଲା ।ତଦନ୍ତ ର ପରିଶେଷରେ ପୋଲିସ ମୃତ ସଂଜୀବଙ୍କ କକା ସିନ୍ଧୁଭୂଷଣ ଗୁରୁଙ୍କ ପୁଅ ଶ୍ରୀତମ ଭୂଷଣ ଗୁରୁ( 30)ଙ୍କୁ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଚିହ୍ନଟ କରିଥିଲା । ଏନେଇ ମଙ୍ଗଳବାର ଅଭିଯୁକ୍ତ ଶ୍ରୀତମକୁ ନେଇ ତରଭା ପୋଲିସ ସୋନପୁର ଏସ ପି ଅମରେଶ ପଣ୍ଡାଙ୍କ ସୋନପୁର ଏସ ପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏସ ପି ଅମରେଶ ପଣ୍ଡାଙ୍କ ପ୍ରେସ ବାର୍ତ୍ତା ଅନୁସାରେ ସଂଜୀବ ତାର ପରିବାର ରହୁଥିବା ନିଜ ଘର ଠାରୁ କିଛି ମିଟର ଦୁର ସଂଜୀବ ର ଅନ୍ୟ ଏକ ଘର ଥିଲା ସେଠି ସେ ଶୋଇଥିଲା । ସେହିଦିନ ରାତି ସଂଜୀବ ର ରାତ୍ରି ଭୋଜନ ନେଇ କକା ପୁଅ ଶ୍ରୀତମ ସଂଜୀବ ଶୋଇଥିବା ଘରକୁ ଆସିଥିଲା । ସେଠାରେ ଶ୍ରୀତମ ସହ ସଂଜୀବ ଝ|ମେଲା କରିଥିଲା । ସଂଜୀବ ଓ ଶ୍ରୀତମର ଝ|ମେଲା ଓ ବଚସା ଆକ୍ରମଣ ପ୍ରତି ଆକ୍ରମଣ ର ରୁପ ନେଇ ପରିଶେଷରେ ଶ୍ରୀତମ ରାଗିଯାଇ ସଂଜିବ ର ମୁଣ୍ଡରେ ଏକ ଲୁହା ପାଇପରେ ପିଟିବାରୁ ସଂଜିବର ମୃତ୍ୟୁ ଘଟିଥିଲା । ସଂଜିବ ସବୁବେଳେ ମଦ ଖାଇ ମାତାଲ ଅବସ୍ଥାରେ ରହୁଥିଲା । ତାର ନିଜ ପରିବାର ର ଯତ୍ନ ମଧ୍ୟ ନେଉ ନଥିଲା । ଏହି ମାମଲାର ତଦନ୍ତ ଦାୟିତ୍ବରେ ତରଭା ଥାନାଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ଥିବା ଏବଂ ନିଜେ ଏସ ପି ଶ୍ରୀ ପଣ୍ଡାଙ୍କ ତତ୍ତ୍ବବଧାନରେ ହତ୍ୟା କାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିବା ପ୍ରକାଶ ।
Comments are closed.