ବିଜେଡି ଛାଡି କଂଗ୍ରେସକୁ ଆସିଲେ ଆଗଧାଡିର ନେତା

ବସ୍ତା(ଲଷ୍ମୀଧର ପ୍ରଧାନ) – ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ନେତାଙ୍କ ମଧ୍ୟରେ ଦଳ ଡିଆଁ ଆରମ୍ଭ ହୋଇଛି । ଏହି ଅବସରରେ ବସ୍ତା ବ୍ଲକ୍ ର ଶାସକ ଦଳର ମୁଖ୍ୟ ସଂଗଠକ ଏବଂ ବସ୍ତା ବିଧାୟକଙ୍କ ଏକଛତ୍ରବାଦ ନିତିକୁ ବିରୋଧ କରି ପତ୍ରଝଡ଼ା ପଞ୍ଚାୟତର ସମିତି ସଦସ୍ୟ କମଳଲୋଚନ ଜେନା, ପାଉଁଶ କୁଲି ସେବା ସମବାୟ ସମିତିର ସଭାପତି ହେମେନ୍ଦ୍ର ବାରିକ, ଭେଲୋରା ପଞ୍ଚାୟତର ବିଜେଡିର ସରପଞ୍ଚ ପ୍ରାର୍ଥୀ ଜ୍ଞାନ ରଞ୍ଜନ ଦାଶ ଦଳ ଛାଡି କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏଥିସହିତ କୁଡିଆ, ବାହାର୍ଦା,ବାସିଚକୁରାଇ ,ସଦାନନ୍ଦ ପୁର,ଇଡଦା, ଭେଲୋରା, ରଘୁନାଥପୁର, ପାଉଁଶ କୁଲି,କୁଳିଦା ପଞ୍ଚାୟତରେ ବହୁ ବିଜେଡି କର୍ମୀ କଂଗ୍ରେସରେ ମିଶିଥିବା ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା ଏବଂ ଜିଲ୍ଲା ସମ୍ପାଦକ ସୁଧାଂଶୁ ଜେନା କହିଛନ୍ତି ।

Comments are closed.