ରେଳ ସୁରକ୍ଷାବଳ ଓ ଜିଆରପିକୁ ସଫଳତା,24 କିଲୋ 900 ଗ୍ରାମ ଗଂଜେଇ ଜବତ
ଜଟଣୀ (ସଞ୍ଜୀବ କୁମାର) :- ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ଆରପିଏଫକୁ ମିଳିଲା ଆଉ ଏକ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନିଶା ବେପାରୀ ମାନେ ଟ୍ରେନ ଯାତ୍ରାକୁ ବର୍ତ୍ତମାନ ସୁରକ୍ଷିତ ମନେ କରିଛନ୍ତି। ଅନେକ ସମୟରେ ନିଶା ବେପାରୀ ମାନେ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଆରପିଏଫର ଏସ୍ଟିଏଫର କର୍ମଚାରୀଙ୍କ ପାଇଁ ଗଞ୍ଜେଇ ଚୋରା ଚାଲାଣ ଯୋଜନା ଆଜି ଫେଲ ମାରିଛି। ସୂଚନା ଅନୁଯାୟୀ ଆଜି ଭୋର 3.45ମିନିଟ ସମୟରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଏସଟିଏଫର ଯବାନ ଜଣେ ଲୋକ ଦୁଇଟି ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖି ସନ୍ଦେହ କରି ପିଛା କରିଥିଲେ। ବେପାରୀ ଜଣଙ୍କ ପୋଲିସ ହାତରେ ଧାରା ପଡିଯିବା ଭୟରେ ଦୁଇଟ୍ରଲି ବ୍ୟାଗ କୁ 4ନମ୍ୱର ପ୍ଲାଟଫର୍ମ ରେ ଛାଡି କେଉଁଆଡ଼େ ପଳେଇଥିଲେ। ଏହାପରେ RPF ଉକ୍ତ ଦୁଇଟି ବ୍ୟାଗକୁ ଖୋଲି ଦେଖିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ବ୍ୟାଗ ରୁ 24କେଜି900ଗ୍ରାମର ଗଞ୍ଜେଇ ଥିବାର ଜଣାପଡିଛି ଏହାର ମୂଲ୍ୟ 2ଲକ୍ଷ 4900ହଜାର ଟଙ୍କା ହେବ ବୋଲି କହିଛନ୍ତି RPF ଅଧିକାରୀ ମୁନୁ କୁମାର ଶର୍ମା | ଜବତ ଗଞ୍ଜେଇ ବ୍ୟାଗ କୁ GRP କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଖୋର୍ଦ୍ଧାରୋଡ (ଜଟଣୀ )ଜିଆରପି 5/22ରେ NDPC act ରେଏକ କେସ ରୁଜୁ କରିଥିବା ସୂଚନା ମିଳିଛି |
Comments are closed.