ବୋଲଗଡ଼ ବ୍ଳକ୍ କଳାଙ୍ଗ ପଞ୍ଚାୟତରେ କଂଗ୍ରେସର କର୍ମି ସମିଳନି ବୈଠକ

ବୋଲଗଡ଼ (କାର୍ତିକ ସ୍ବାଇଁ,ବିଷ୍ଣୁ ପ୍ରସାଦ ମହାନ୍ତି) : ବୋଲଗଡ଼ କଳାଙ୍ଗ ପଞ୍ଚାୟତରେ କଂଗ୍ରେସର ଏକ କର୍ମି ସମିଳନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ମଧ୍ୟାହ୍ନ ୧୨.୩୦ ମିନିଟ୍ ରେ କଳାଙ୍ଗ ଗୋଲେଇ ମଠ ଠାରେ ଆରମ୍ଭ ହୋଇଥିଲା ।ଏଥିରେ ମୂଖ୍ୟ ଅତିଥି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ସମାଜ ସେବି ଶ୍ରୀଯୁକ୍ତ ପ୍ରୁଥିବଲ୍ଲବ ପଟ୍ଟନାୟକ ,ପଞ୍ଚାୟତ ସଭାପତି ସନ୍ତୋଷ କୁମାର ପୃଷ୍ଟି , ପ୍ରସନ କୁମାର ସାମନ୍ତରା , ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଲକ୍ଷ୍ମୀ ଧର ସୁବୁଦ୍ଧି ,କେଶବ ବିଶ୍ବାଳ , ସନ୍ତୋଷ କୁମାର ସ୍ବାଇଁ ,ଅଭୟ ଜୟସିଂହ ,ରସ୍ମିରଞୀନ ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।ଏଥିରେ କଳାଙ୍ଗ ପଞ୍ଚାୟତ ର ବହୁ କଂଗ୍ରେସ କର୍ମି ଏବଂ ନେତା ଯୋଗ ଦେଇ ଥିଲେ । କୋଭିଟ୍ କଟକଣାକୁ ମାନି ଏହି ସମ୍ମିଳନୀ ହୋଇଥିଲା ।

Comments are closed.