ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବିଜେପି ଯୁବମୋର୍ଚ୍ଚାର କ୍ୟାଣ୍ଡେଲ ଯାତ୍ରା

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ବଳରାମ୍ ସାହୁଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଯେଉଁ ପଞ୍ଜାବ କଂଗ୍ରେସର ପ୍ରାୟୋଜିତ ଆକ୍ରମଣ କରାଗଲା ତାକୁ ନିନ୍ଦା କରିବା ସହିତ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ଏକ କ୍ୟାଣ୍ଡେଲ ପଦଯାତ୍ରା ସ୍ଥାନୀୟ କୃଷ୍ଣଚନ୍ଦ୍ର ଗୋଲେଇ ଠାରୁ ଆରମ୍ଭ କରି ସ୍ଥାନୀୟ ମାକେର୍ଟ ଟ୍ରାଫିକ୍ ଛକଠାରେ ଶେଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୂର୍ବତନ ସଭାପତି ତଥା ରାଜ୍ୟ ସହରାଞ୍ଚଳ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ଉପସଭାପତି କବିବିଷ୍ଣୁ ଶତପଥୀ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ପ୍ରବୀନ କୁମାର ପାତ୍ର, ସମ୍ପାଦକ କୁମାର ମଙ୍ଗଳମ, ମମତା ମଣ୍ଡଳ, ରାଜ୍ୟ ମହିଳା ସମ୍ପାଦିକା କୌଶଲ୍ୟା ନାଏକ, ଶୋଭାବତୀ ଓତା, ସୁମନ ସିଂ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବୋବ୍ରତ ସାମଲ, ଉପସଭାପତି ସୋମନାଥ ବେହେରା, ରାଜ୍ୟକାରିଣୀ ଲକ୍ଷ୍ମଣ ତ୍ରିପାଠୀ, ମହିଳା ସାଧାରଣ ସମ୍ପାଦିକା ପାଏଲ ରାୟ, ସୁଜାତା ଷଡଙ୍ଗୀ, ସ୍ୱର୍ଣ୍ଣ ମହାନ୍ତି, ସୁସ୍ମିତା ପୃଷ୍ଟି, ମାନସୀ ତ୍ରିପାଠୀ, ହେମୋଲତା ଦାଶ, ଦିପାଲି ନାୟକ, ଗାୟତ୍ରୀ ପରିଡା, ପ୍ରକାଶ ଅଗ୍ରୱାଲ, ଦିନେଶ ଦାସ, କାର୍ତ୍ତିକ ମହାନ୍ତ, ଦିଲ୍ଲିପ ଭଞ୍ଜ, ସଂଜୟ ପଟ୍ଟନାୟକ, କ୍ରିଷ୍ଣ ବେହେରା, ରବି ନାରାୟଣ ସିଂବାବୁ, ସୁରୋଜ ଲହାର, ଲେମ୍ବୋଧର ବେହେରା, ସୁଚିସ୍ମିତା ମହାନ୍ତି, ମିନତୀ ବେହେରା, ସୁଶିଲା ସାମନ୍ତ ରାୟ, ରାଧିକା ବିନ୍ଧାଣୀ, ଲକ୍ଷ୍ମୀ ସାହୁ, ବନିତା ଦାସ, ଉର୍ମିଲା ରାୟ, ସଂନ୍ଧ୍ୟାରାଣୀ ମହାପାତ୍ର, ସୁବ୍ରତ ମୁଖୀ ଓ ସନୁ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.