ସୁମିତ-ତପସ୍ବିନୀ ବିବାଦ ମାମଲା,ରାଜଭବନରୁ ଆସିଲା ଚିଠି

ବ୍ରହ୍ମପୁର : ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସଙ୍କ ବିବାଦ ମାମଲା । ନ୍ୟାୟ ପାଇଁ ତପସ୍ବିନୀ ଗତ ମାସ ୨୦ତାରିଖରେ ରାଜଭବନ କୁ ଚିଠି ଲେଖିଥିବା ବେଳେ ବର୍ତ୍ତମାନ ରାଜଭବନରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ହୋଇଛି ।
ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସେପଟେ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇଛନ୍ତି ତପସ୍ବିନୀ | ତଥାପି ନ୍ୟାୟ ପାଇଁ ନିଜ ଲଢେଇ ଜାରୀ ରଖିଛନ୍ତି ତପସ୍ୱିନୀ । କିନ୍ତୁ ନିଜ ସ୍ତ୍ରୀକୁ ସ୍ୱିକାର କରୁ ନାହାନ୍ତି ସୁମିତ ଏବଂ ତାଙ୍କ ବାପା ।

Comments are closed.