୧୩୯ ଜଣ ଛାତ୍ର ଛାତ୍ରୀ ଦେଲେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ବାହାଡ ଝୋଲା ବାଳକ ଉଚ୍ଚ ବିଦ୍ୟାଳୟ ରେ ୧୩୯ ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁଯାୟୀ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ୩୩ ଜଣ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୬୫ ଜଣ ଏବଂ ବାହାଡ ଝୋଲା ବାଳକ ଉଚ୍ଚ ବିଦ୍ୟାଳୟରେ ୪୧ ଜଣ ଛାତ୍ର ଛାତ୍ରୀ ଏହିପରି ଭାବେ ନୂଆଗାଁ ବ୍ଲକ୍ ରୁ ୧୩୯ ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ,ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ୍ ଏବଂ ଉମେଶ ଚନ୍ଦ୍ର କର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। କୋଭିଡ୍ ନିୟମ ପାଳନ ପୂର୍ବକ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ହୋଇଥିବା ଜଣା ପଡ଼ିଛି ।

Comments are closed.