ଗିରଫ ହେଲା ରସିକିଆ ନକଲି ଡ଼ାକ୍ତର ପ୍ରେମିକ ପ୍ରବର

ଭୁବନେଶ୍ୱର : ଶିକ୍ଷାଗତ ଯୋଗ୍ୟତା ମାତ୍ର ଷଷ୍ଠ ଶ୍ରେଣୀ ହୋଇଥିବା ବେଳେ ଫେସବୁକ୍‌ରେ ନିଜକୁ ଡ଼ାକ୍ତରର ପରିଚୟ ଦେଇ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା ଏହି ଯୁବକ । ଫେସବୁକ୍‌ରେ ମଧ୍ୟ ନିଜ ନାଁ ଡ଼ା ପ୍ରଭାସ ରାଜ ରଖିଛି । ଦେଖିବାକୁ ଗୋଟିଏ ଧନୀ ଘର ପିଲା ହୋଇଥିବା ବେଳେ କାର୍ଯ୍ୟ କିନ୍ତୁ ସବୁ ଚୋର ପ୍ରକୃତିର । କିନ୍ତୁ ଏହି କାର୍ଯ୍ୟ ବେଶୀ ଦିନ ଚାଲିପାରିଲା ନାହିଁ । ପୋଲିସ୍ ର କହିବା ମୁତାବକ ପ୍ରଥମେ ଝିଅ ମାନଙ୍କୁ ଫେସବୁକ୍‌ରେ ମେସେଜ୍ କରିବା ପରେ ହ୍ୱାଟ୍ସଅପ୍ ନମ୍ବର ମାଗିବା ଓ ମଲ୍ ଏବଂ ରେଷ୍ଟ୍ରୁରାଣ୍ଟକୁ ନେଇ ତାଙ୍କର ଫୋନ୍ ଓ ପର୍ସ ଚୋରୀ କରିବା କାର୍ଯ୍ୟ ନିୟମିତ ଭାବେ କରୁଥିଲା ଏହି ପ୍ରଭାସ । ଏପରିକି ତା ନାଁରେ ମଧ୍ୟ ଆଗରୁ ଅନେକ ଅପରାଧିକ ମାମଲା ରହିଛି । ଏହି ଖବର ପୋଲିସ୍ ପାଇବା ପରେ ଏବେ ରସିକିଆ ନକଲି ଡ଼ାକ୍ତର ପ୍ରେମିକକୁ ଗିରଫ କରିଛି ସହିଦନଗର ପୋଲିସ ।

Comments are closed.