ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ !!

ଭୁବନେଶ୍ୱର : ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ | ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି । ଆଜି ଗୃହରେ ନିଜର ବିବୃତିରେ ମୁଖ୍ୟମନ୍ତ୍ରୀ ଏହା ଏକ ସମ୍ୱେଦଳଶୀଳ ଘଟଣା ଏହାକୁ ନେଇ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି ।

ସେପଟେ ଏହି ଘଟଣାରେ ହାଇକୋର୍ଟଙ୍କ ମନିଟରିଂରେ ତଦନ୍ତ ଚାଲିଛି। ବିନା ଭୟ ବିନା ଦ୍ୱନ୍ଦ୍ୱରେ କାର୍ଯ୍ୟ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଦୋଷୀ ତାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାକୁ ସରକାର ଅଙ୍ଗୀକାରବଦ୍ଧ। ଏହାସହ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।

 

Comments are closed.