ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଳବା ରେ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି
ଜଟଣୀ(ସଞ୍ଜୀବ କୁମାର) : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ, ଯଥା ଏପ୍ରିଲ 1 ରୁ 30 ନଭେମ୍ବର 2021 ମଧ୍ୟରେ, 100.65 ମିଲିୟନ୍ ଟନ୍ ମାଲ ପରିବହନ କରି, ଭାରତୀୟ ରେଳବାଇ ରେ ମାଲ ପରିବହନ କରିବାରେ ସର୍ବାଧିକ ଲୋଡିଂ ଡିଭିଜନ୍ ର ରେକର୍ଡ ପୁଣି ଥରେ ହାସଲ କରିଛି | 243 ଦିନରେ 100 ମିଲିୟନ୍ ଟନ୍ ମାଲ ପରିବହନ ଲୋଡିଂ କରିବା ରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ହେଉଛି ପ୍ରଥମ ରେଳ ମଣ୍ଡଳ ଏବଂ ଭାରତୀୟ ରେଳବାଇ ଦ୍ୱାରା ଲୋଡିଂ ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି।
ଏହି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଯାହା ମାଲ ପରିବହନ କରିଛି ତାହା ଗତ ବର୍ଷର ମାଲ ପରିବହନ ଠାରୁ 22% ଅଧିକ ଅଟେ | ନଭେମ୍ବର ମାସରେ, ଡିଭିଜନ୍ 12.75 ମିଲିୟନ ଟନ୍ ମାଲ ପରିବହନ ଲୋଡ୍ କରିଛି | ଏହା ହେଉଛି ଚତୁର୍ଥ କ୍ରମାଗତ ମାସ, ଯାହା ମଧ୍ୟରେ ଡିଭିଜନ୍ 12.5 ମିଲିୟନ ଟନ୍ ଉପରେ ମାଲ ପରିବହନ କରିଛି |
ମାଲ ପରିବହନରେ କରିବା ରେ ପ୍ରମୁଖ ଭୂମିକା ଭାବରେ ତାଳଚେର, ପାରାଦୀପ, ଧାମରା, ନୟାଗଡ଼, ମେରାମଣ୍ଡଳି, ସୁକିନ୍ଦା ଇତ୍ୟାଦି ଲୋଡିଂ ପଏଣ୍ଟ ଅବଦାନ ଦେଇଛନ୍ତି | କୋଇଲା, ଲୁହାପଥର, ସାର, ପେଟ୍ରୋଲିୟମ ଉତ୍ପାଦ, କଞ୍ଚାମାଲ ଇତ୍ୟାଦି ସାମଗ୍ରୀକୁ ଲୋଡିଂ କରାଯାଇ ଦେଶରେ ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀକୁ ପରିବହନ କରାଯାଇଥିଲା |
ଡିଭିଜନର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ଲୋଡିଂ ପାଇଁ ନୂତନ ପନ୍ଥା ଆକର୍ଷିତ କରିବାରେ ଏକ ପ୍ରମୁଖ ସ୍ଥାନ ପାଲଟିଛି | ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟଙ୍କ ଉତ୍ତମ ନିର୍ଦ୍ଦେଶନାରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା କଠିନ ପରିଶ୍ରମ ହେତୁ ଏହା ସମ୍ଭବ ହୋଇପାରିଛି ।
Comments are closed.