ସମୀର ୱାଙ୍ଖେଡେଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ !!

ମୁମ୍ବାଇ : ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ପରେ ଏନ୍‌ସିବି ମୁମ୍ବାଇର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେଙ୍କ ପଛରୁ ବିବାଦ ଶେଷ ହେଉନାହିଁ। ଏବେ ତାଙ୍କୁ ଚାକିରିରୁ ବହିଷ୍କାର ଦାବି ହୋଇଛି। ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନରେ କୁହାଯାଇଛି ଯେ, ସମୀର ୱାଙ୍ଖେଡେ ଭାରତୀୟ ରାଜସ୍ବ ସେବା (ଆଇଆରଏସ)ରେ ସାମିଲ ହେବା ସମୟରେ ଜାତି ଓ ଧର୍ମ ଖୁଲାସା କରିନାହିଁ, ତେଣୁ ସମୀରଙ୍କୁ ବହିଷ୍କାର ଦାବି କରାଯାଉ ବୋଲି କୁହାଯାଇଛି।

ସମାଜସେବୀ ଅଶୋକ ମହାଦେବ କାମ୍ବଲେ ଆଇନଜୀବୀ ନିତିନ ସତପୁତଙ୍କ ମାଧ୍ୟମରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏଥିରେ କୁହାଯାଇଛି ଯେ, ସୀମର ୱାଙ୍ଖେଡେ ମୁସଲିମ ହେବାର କଥା ଲୁଚାଇ ସିଭିଲ ସର୍ଭିସରେ ଚାକିରି ହାତେଇଥିଲେ। ସେ କହିଛନ୍ତି ଏହି ମାମଲାକୁ ଦେଖି ଯାଞ୍ଚ ସମିତିକୁ ମଧ୍ୟ ଅଭିଯୋଗ କରିଛନ୍ତି।

ଶ୍ରୀ କାମ୍ବଲେ କହିଛନ୍ତି ଯେ, ୧୯୯୩ରେ ସମୀର ୱାଙ୍ଖେଡେଙ୍କ ପିତାଙ୍କ ନାମ ଦାଉଦରୁ ପରିବର୍ତ୍ତନ କରି ଧ୍ୟାନଦେବ ୱାଙ୍ଖେଡେ କରିବାକୁ ଘୋଷଣା କରିଥିଲେ। କିନ୍ତୁ ୱାଙ୍ଖେଡେଙ୍କ ଧର୍ମ ପରିବର୍ତ୍ତନ ହୋଇ ନଥିଲା। ଆବେଦନରେ ଦାବି କରାଯାଇଛି ଯେ, ସେ ଅନୁସୂଚିତ ଜାତିର ଛାତ୍ର କୋଟାରେ କଲେଜରେ ପ୍ରବେଶ କରିଥିଲେ। ଅଭିଯୋଗରେ ମୋଟାମୋଟି ଭାବେ କହିବାକୁ ଗଲେ ସମୀର ୱାଙ୍ଖେଡେଙ୍କ ତରଫରୁ ମିଛ ସୂଚନା ଦିଆଯାଇଥିଲା।

Comments are closed.