ଶିକ୍ଷା ପ୍ରତି ୟୁନିସେଫର ଚିନ୍ତା

ଶିକ୍ଷା କ୍ଷେତ୍ରରେ ଦକ୍ଷିଣ ଏସିଆର ୟୁନିସେଫ ଚିନ୍ତା ପ୍ରକଟ କରିଛି । ଏଠାରେ ଥିବା ଅନେକ ଦେଶରେ ପ୍ରାଥମିକ ଶିକ୍ଷାରୁ ଶିଶୁମାନେ ବଞ୍ଚିତ ଥିବାବେଳେ ମାଧ୍ୟମିକ ସ୍ତରରେ ଏହାର ସଂଖ୍ୟା ଢେର ଅଧିକ । ଏଭଳି ପରିସ୍ଥିତିରେ ଯଦି କୌଣସି ପ୍ରକାର ପରିବର୍ତ୍ତନ ନହୁଏ, ତେବେ ଆଗାମୀ ଦିନରେ ଏହି ସ୍ଥିତି ଆହୁରି ଜଟିଳ ହୋଇପଡିବ । ଏବଂ ଅସଂଖ୍ୟ ଶିଶୁ ଶିକ୍ଷାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିବେ । ତେଣୁ ଏଭଳି ସ୍ଥିତିକୁ ସାମ୍ନା କରିବା ପାଇଁ ୟୁନିସେଫ ଆଗକୁ ଆସିଛି ।

ୟୁନିସେଫର ଆଞ୍ଚଳିକ ନିର୍ଦ୍ଦେଶକ ଏକ ରିପୋର୍ଟରେ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ ଏସିଆର କେତେକ ରାଷ୍ଟ୍ରଗୁଡିକ ଏହାକୁ ସୁଧାରିବା ଏକାଧିକ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଅତି ଦୁଃଖର ବିଷୟ ଯେ ଏହା ସଫଳ ହୋଇପାରି ନ ଥିଲା । ଦେଖିବାକୁ ଗଲେ ବିଭିନ୍ନ ଉନ୍ନତମାନର ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପରିସ୍ଥିତି ସୁଧାରିବା ବଦଳରେ ଜଟିଳ ହୋଇଯାଇଥିଲା । ଯାହା ଭବିଷ୍ୟତରେ ନୂତନ ପିଢ଼ି ପାଇଁ ଏକ ପ୍ରକାର ବଡ ପାଚେରି ଭାବେ ଛିଡା ହେବ । ତେଣୁ ଏହାକୁ ନେଇ ଚିନ୍ତା କରିବାକୁ ପଡିବ ଯେ ଏଭଳି ସ୍ଥିତିକୁ ଏମିତି ଛଡାଯିବ ନା ଆହୁରି ଉନ୍ନତମାନର ପଦକ୍ଷେପ ନେଇ ନିଷ୍ଠାପର ଉଦ୍ୟମ କରାଯିବ । ବିଶେଷ ଭାବେ ଦକ୍ଷିଣ ଏସିଆ ରାଷ୍ଟ୍ରମୁଖ୍ୟ ମାନେ ଏହା ଉପରେ ଗଭୀର ଚିନ୍ତା କରିବା ଜରୁରୀ ।

unisafe1-mahak-tv

ଏଭଳି ଅବସ୍ଥାକୁ ଦେଖି ୟୁନିସେଫ ମଧ୍ୟ ସହଯୋଗ ପାଇଁ ନିଜର ଉଦ୍ୟମ ଆରମ୍ଭ କରିସାରିଛି । ଆଗାମୀ ପିଢ଼ିର ସୁରକ୍ଷିତ ଶିକ୍ଷା ପାଇଁ ସବୁ ରାଷ୍ଟ୍ରମାନଙ୍କ ସହଯୋଗ ଲୋଡିଛି । ଏଥିପାଇଁ ୟୁନିସେଫ ନିଜର ଏକ ଅର୍ଥପାଣ୍ଠି ଯୋଗାଡ କରିଛି । ତତସହିତ ଶିକ୍ଷାର ସମ୍ପୂର୍ଣ୍ଣ ସ୍ଥିତିକୁ ସୁଧାରିବା ପାଇଁ ଦକ୍ଷିଣ ଏସିଆର ରାଷ୍ଟ୍ରମୁଖ୍ୟମାନଙ୍କୁ ମଧ୍ୟ କିଛି ଅର୍ଥ ପାଣ୍ଠିର ସହଯୋଗ ପାଇଁ ନିବେଦନ କରିଛି ।
ଭାରତ-ଚୀନ ସୀମା ବିବାଦ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତରେ ଯାଇଥିଲେ । ଭାରତ-ଚୀନ ମଧ୍ୟରେ ବିବାଦ ଲାଗିଥିଲେ ମଧ୍ୟ ଅନୌପଚାରିକର ବାର୍ତ୍ତା ପାଇଁ ଚୀନର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଚୀନର ବୁହାନଠାରେ ଅନୌପଚାରିକ ଶିଖର ଚାଲିଥିବା ବେଳେ ଉଭୟ ଦେଶର ସୀମା ପକ୍ଷରେ ଏହାର ପ୍ରଭାବ ଦେଖିବାକୁୂ ମିଳୁଥିଲା, ଯାହାର ପରିସ୍ଥିତି ଅତି ଉତ୍ତେଜନାମୁକ୍ତ ହୋଇପଡିଥିଲା । ଆଲୋଚନା ପରେ ପରେ ଭାରତ ଓ ଚୀନ ସେନା ଅଧିକାରୀଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା , ଯାହା ଦୁଇଦେଶର ସମ୍ପର୍କକୁ ସୁଦୃଢ କରିବା ସହ ସୀମା ଉତ୍ତେଜନା ମଧ୍ୟ ହାସ୍ର ପାଇବ ବୋଲି ଉଭୟ ଦେଶର କୁଟନୈତିକ ମହଲରେ ଆଶା ପ୍ରକାଶ କରାଯାଇଥିଲା । ପ୍ରାପ୍ତସୂଚନା ଅନୁଯାୟୀ ଉକ୍ତ ବୈଠକରେ ଉଭୟ ପକ୍ଷ ମଧ୍ୟରେ ଦେଶର ନିୟନ୍ତ୍ରଣ ରେଖାକୁ ସମ୍ମାନ ଦେବା ଏବଂ ସେଠାରେ ମୁତୟନ ଥିବା ଯବାନମାନଙ୍କ ସୁରକ୍ଷା ଓ ବନ୍ଧୁତ୍ୱ ଭାବ କିଭଳି ସୁଧାରି ପାରିବ, ସେନେଇ ଅଧିକାରୀମାନେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଅନୌପଚାରିକ ଶିଖର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଓ ଜିନପିଙ୍ଗ ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ବୁଝାମୁଣା ହୋଇ ପାଟ୍ରୋଲିଂ କରିବା ନେଇ ସହମତି ପ୍ରକାଶ ପାଇଥିଲା । ଯଦି ଉଭୟ ପକ୍ଷ ମଧ୍ୟରେ ଆପୋସ ସମ୍ପର୍କରେ ଉନ୍ନତି ଆସେ ତେବେ ଡୋକଲାମ ପରିସ୍ଥିତିରେ ପୁନରାବୃତ୍ତି ହେବ ନାହିଁ ବୋଲି କୁଟନୀତିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ତେବେ ଭାରତର କିଛି ଖଣି ଉପରେ ଚୀନ ନଜର ପକାଇଥିବାରୁ ଏହା ଉଭୟ ଦେଶର ସମ୍ପର୍କକୁ ପୁଣିଥରେ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପୂର୍ବରୁ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଥିବା ବେଳେ ଏହି ସମସ୍ୟାର ସମାଧାନ ବର୍ତ୍ତମାନ ଜରୁରୀ ହୋଇପଡିଛି ।

Comments are closed.