ଜାତୀୟ ରାଜପଥରେ ଦମ୍ପତିଙ୍କ ଠାରୁ ଲୁଟ୍ !!
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟ୍ । ବାଇକ୍ ଆରୋହୀ ଦଂପତିଙ୍କ ଠାରୁ ଲୁଟିଲେ ଲୁଟେରା | ବାଇକ୍ ରେ ଆସି ଲୁଟି ନେଲେ ଭ୍ୟାନିଟ୍ ବ୍ୟାଗ ମୋବାଇଲ୍ ଓ ଟଙ୍କା ତେବେ ଲୁଟ ବେଳେ ବାଇକ୍ ରୁ ପଡି ୨ ମହିଳା ଗୁରୁତର ଆହତ | ଆହତଙ୍କୁ ମେଡିକାଲରେ ଭର୍ତି କଲେ ସ୍ଥାନିୟ ଲୋକେ । ଆହତ ମାନେ ହେଉଛନ୍ତି ଖୋରଧା ଜିଲା ଟାଙ୍ଗୀ ଦୀକ୍ଷିତ ପଡା ଗ୍ରାମର ସେକ ତୟବ(45), ଫାତମା ବିବି(42) ଓ ନୁର୍ଜାନ ବିବି(35) | ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଚଂପାଗଡ ନିକଟରେ । ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି।
Comments are closed.