ଖୋର୍ଦ୍ଧା : ଗୋମାଂସ ବୋଝେଇ କଣ୍ଟେନର ଜବତ, ୩ ଅଟକ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) – ଖୋର୍ଦ୍ଧା ଜିଲ୍ଳା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକ ନିକଟରେ ଗୋମାଂସ ବୋଝେଇ କଣ୍ଟେନର ଜବତ ତିନି ଅଟକ । ସୂଚନା ଅନୁସାରେ ଖୋର୍ଦ୍ଧାରୁ ହାଇଦ୍ରାବାଦ ଚାଲାଣ ହେଉଥିଲା ଗୋମାଂସ । ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ମାନେ ଗୋମାଂସ ବୋଝେଇ କଣ୍ଟେନର କୁ ରାମେଶ୍ୱର ଛକରେ ଧରି ନିରାକାରପୁର ପୋଲିସକୁ ଖବର ଦେଇଥିଲେ । ଅପରପଟେ ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଁଚି ଗୋମାଂସ ବୋଝେଇ କଣ୍ଟେନର ଜବତ କରିବା ସହ ତିନିଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
Comments are closed.