ନବୀନ-ଜଗନ ଭେଟ

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମିଳିତ ବିବୃତି….

– ଲୋକସେବା ଭବନରେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଫଳପ୍ରଦ ।
– ଉଭୟ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମାଧାନର ବାଟ ବାହାର କରିବାକୁ ନିଷ୍ପତ୍ତି ।
– ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ସମାଧାନର ବାଟ ବାହାର କରାଯିବ ।
– ନବୀନ-ଜଗନ ମଧ୍ୟରେ କୋଟିଆ ବିବାଦ, ନେରେଡି ବ୍ୟାରେଜ ସମସ୍ୟାର ସମାଧାନ ପାଇଁ ଆଲୋଚନା
– ଝଞ୍ଜାବତୀ, ପୋଲାଭରମ ପ୍ରକଳ୍ପ ସହ ବାହୁଦା ନଦୀରୁ ଜଳ ନିସ୍କାସନ ନେଇ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା
– ବାଲିମେଳା ଏବଂ ଅପର ସିଲେରୁ ଶକ୍ତି ପ୍ରକଳ୍ପ ନେଇ ବି ହୋଇଛି ଆଲୋଚନା
ମାଓ ଦମନ ଏବଂ ଗଞ୍ଜେଇ ଚାଷ ରୋକିବାକୁ ମିଳିତ ନିଷ୍ପତ୍ତି
– ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଚେୟାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି । ସୀମାବର୍ତ୍ତୀ ସ୍କୁଲଗୁଡ଼ିକରେ ବହି ଯୋଗାଣ, ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ବ୍ୟବସ୍ଥା ହେବ । ସଙ୍ଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ପରସ୍ପରକୁ ସାହାଯ୍ୟ ଓ ସହଯୋଗ ବଜାୟ ରଖିବାକୁ ନିଷ୍ପତ୍ତି ।

Comments are closed.