ମମିତା ମେହେର ହତ୍ୟା ଘଟଣା ପ୍ରସଙ୍ଗ, ଭିଡ଼ିଓ ଦେଖାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି-କଂଗ୍ରେସ

ମମିତା ମେହେର ହତ୍ୟା ଘଟଣା ପ୍ରସଙ୍ଗ

■ ଭିଡ଼ିଓ ଦେଖାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି-କଂଗ୍ରେସ

■ ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦଣ୍ଡ ପାଇଛନ୍ତି କି ?

■ ଆୟୁଷ ଡାକ୍ତରାଣୀ ମାଧବିଲତାଙ୍କ ମୃତ ଦେହ କୁଆଡେଗଲା ?

■ ଟିକିରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଜିନ ପ୍ୟାଣ୍ଟ ପିନ୍ଧା ଯୁବକ କୁଆଡେ ଗଲା ?

■ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କେତେଜଣଙ୍କୁ ଗିରଫ କରିଛ

ଭୁବନେଶ୍ୱର-୮/୧୧/୨୧-କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ରାଜ୍ୟର ଦୁଇଟି ବହୁ ଚର୍ଚ୍ଚିତ ଘଟଣା ଉପରେ ଦୁଇଟି ଭିଡ଼ିଓ ଗଣମାଧ୍ୟମ ସାମ୍ନାରେ ଦେଖାଇ ବିଜୁ ଜନତା ଦଳ ନାରୀ ବିରୋଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ମମିତା ମେହେର ହତ୍ୟା ଘଟଣାକୁ ବାଟବଣା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡି କୁ ସାଧାରଣ ଜନତା ବିଶ୍ୱାସ କରିବା ସ୍ଥିତି ରେ ନାହାନ୍ତି ବୋଲି କଂଗ୍ରେସ କହିଛି। ବିଜେଡି ଦେଖେଇଥିବା ତାଙ୍କର ଦୁଇଟି ଭିଡ଼ିଓ ତଥ୍ୟ କୁ ଆଧାର କରି ବିଜେଡିକୁ ଓଲଟା ପ୍ରଶ୍ନ ଘେରକୁ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।ଟିକିରି ଘଟଣା ଉପରେ ଆଧାରିତ ହୋଇଥିବା ପ୍ରଥମ ଭିଡ଼ିଓରେ ସଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡ ପାଇବା ଘଟଣାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଉକ୍ତ ଘଟଣାରେ ମୃତ୍ୟୁ କାଳୀନ ଯବାନ ବନ୍ଦୀରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀଳ ଜିନ ପେଣ୍ଟ ପିନ୍ଧା ଯୁବକକୁ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଧରିବାରେ ସଫଳ ହୋଇଛି କି ? ଏବଂ ଦ୍ୱିତୀୟ ଭିଡ଼ିଓଟିରେ କୁନ୍ଦୁଲି ଘଟଣାରେ ତଦନ୍ତ କୁ ନେଇ ବାହାସ୍ପୋଟ ମାରୁଥିବା ବିଜେଡି କେତେ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି ପ୍ରଶ୍ନ କରିବା ସହିତ ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗେଇବାରେ ବିଫଳ ହେବାରୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଥିବା ସ୍ଥଳେ ବ୍ରହ୍ମଗିରି ରେବେଣା ନୂଆଗାଁ ଆୟୁଷ ଡାକ୍ତରାଣୀ ମାଧବିଲତା ମୃତ୍ୟୁ ଘଟଣାରେ ଜିଆରପି ପୋଲିସ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତ ଦେହ ପୋତିଥିଲା ଯେତେବେଳେ ଦୁଇଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ପରିବାର ପକ୍ଷଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଲେ ଅଚାନକ ପୋତାଯାଇଥିବା ସ୍ଥଳ ରୁ ଶବ ଗାଏବ ହୋଇଯାଇଥିଲା ଯାହା ଏବେ ମଧ୍ୟ ରହସ୍ୟ ଘେରରେ ଅଛି ବୋଲି ଶ୍ରୀ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି ଏବଂ କହିଛନ୍ତି ଟିକିରି ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ଛାଡି ସଡ଼ଯନ୍ତ୍ରକାରୀକୁ ଧରି ବାହାସ୍ପୋଟ ମାରୁଥିବା ବେଳେ ମମିତା ମେହେର ହତ୍ୟା ଘଟଣାରେ ରେ ମୁଖ୍ୟ ସଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଣ ପାଇଁ ସୁରକ୍ଷା ଦେଉଛନ୍ତି ସରକାର।ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ପୂର୍ବ ଘଟଣା ମାନଙ୍କ ଭଳି ମମିତା ମେହେର ଘଟଣାରେ ଅଭିଯୁକ୍ତ ମାନେ ଖସିଯିବାର ସମ୍ଭାବନା ଅଧିକ।ଏଣୁ ତଦନ୍ତ ର ସ୍ଵଛତା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତାଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Comments are closed.