ବଲାଙ୍ଗୀର ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ

ବଲାଙ୍ଗୀର, ରବି ଚାନ୍ଦଙ୍କ ଏବଂ ସୁଜାତା ମିଶ୍ର : ବଲାଙ୍ଗୀର ସଦର ଥାନା ବ୍ରାହ୍ମଣୀଡୁଙ୍ଗୁରୀ ଗାଁରେ କଂଗାରୁ କୋର୍ଟରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଦଣ୍ଡ ଦେବା ଘଟଣା ମାନବ ସମାଜ ପାଇଁ ଲଜ୍ଜାକର ଘଟଣା ହୋଇଛି । ସୂଚାନୁସାରେ ବ୍ରାହ୍ମଣୀଡୁଙ୍ଗୁରୀ ଗାଁର କିର୍ତ୍ତନ ଛତ୍ରୀଆ ନିଜ ଘରେ ଦଣ୍ଡନାଚର ଛତର କୁ ରଖି ସବୁଦିନ ପୂଜାପାଠ କରିଥାଆନ୍ତି । ଗତ ୧୧ ତାରିଖ ଦିନ ପୂଜା ପାଠ ସାରି କିର୍ତ୍ତନ ଚାଷ ଜମିକୁ ଯାଇଥିବା ସମୟରେ ଗାଁର ମୁରାଲ କହଁର କିର୍ତ୍ତନଙ୍କ ଘରକୁ ପଶି ପୂଜା ସ୍ଥାନର ଦୀପ, ଘଣ୍ଟ ଭଳି ସାମଗ୍ରୀକୁ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କିର୍ତ୍ତନ ଓ ମୁରାଲଙ୍କ ପରିବାର ଭିତରେ ପାଟିତୁଣ୍ଡ ହେବା ସହ ପଡାରେ କଂଗାରୁ କୋର୍ଟ ବସିଲା । ହଠାତ କିର୍ତ୍ତନର ବଡଭାଇ ସଦାନନ୍ଦ ଛତ୍ରୀଆ ଆଇନକୁ ହାତକୁ ନେଇ ନିର୍ଦ୍ଦୟ ଭାବରେ ମୁରାଲଙ୍କ ମୁହଁରେ ଚୂନକାଳି ଲଗାଇ ତାଙ୍କ ବେକରେ ଚପଳ ମାଳ ପିନ୍ଧାଇଥିଲା । ହାତରେ ପଶୁ ଜନ୍ତୁଙ୍କୁ ବାନ୍ଧିବା ଭଲି ଦଉଡି ବାନ୍ଧି ଗାଁ ସାରା ବୁଲାଇଥିଲା । ସଦାନନ୍ଦର ଭୟରେ ମୁରାଲର ପରିବାର ଥାନାରେ ଅଭିଯୋଗ ମଧ୍ୟ କରିନଥିଲେ । ଆଜି କଂଗାରୁକୋର୍ଟର ଭିଡିଓ ସଦର ପୋଲିସ ହାତରେ ଲାଗିଥିଲା ॥ ପୋଲିସ ନିଜଆଡୁ ଘଟଣାର ତଦନ୍ତ କରିଥିଲା ॥ ପରେ ମୁରାଲଙ୍କ ଝିଅ ଲିଖିତ ଅଭିଯୋଗ ଦେବା ପରେ ସଦର ପୋଲିସ ସଦାନନ୍ଦ ଛତ୍ରିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ॥ ଏହା ସହିତ ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରୀ ରହିଛି । ଜଣେ ଲୋକ ଜଦି ଭୁଲ କରେ ତେବେ ତାଙ୍କୁ ପୋଲିସରେ ଦେବା କଥା । କିନ୍ତୁ ଗାଁ ଭିତରେ ପଶୁ ଜନ୍ତୁଙ୍କ ଭଳି ଅମାନବୀୟ ଭାବେ ଦଣ୍ଡ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚାର ବିଷୟ ପାଲଟିଛି ।

Comments are closed.