ଗଛକାଟୁଥିବା ସମୟରେ ବନବିଭାଗର ଚଢ଼ାଉ, ଦୁଇ ବାଇକ ସହ କରତ ଟାଙ୍ଗିଆ ଜବତ
ମାଲକାନଗିରି, ଅପୂର୍ବ ଥଣ୍ଡର : ପଟେରୁ ଫରେଷ୍ଟ ବିଟ ଅଞ୍ଚଳ ପଗୁରୁକୋଣ୍ଡା ବନ ସୁରକ୍ଷା ସମିତି ଠାରେ ବନବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଜଙ୍ଗଲ ସୁରକ୍ଷା ଏବଂ ସଚେତନତା ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଥିବାବେଳେ କିଛିଗ୍ରାମବାସୀ ପଡୋଶୀ ଗ୍ରାମର କିଛି ଅସାଧୁ ବ୍ୟକ୍ତି ଗ୍ରାମର ସଂରଖିତ ଜଙ୍ଗଲ ରୁ କାଠକାଟୁଥିବା ଅଭିଯୋଗ କରିଥିଲେ । ଗ୍ରାମବାସୀ ଙ୍କ ଅଭିଯୋଗ ଆଧାରରେ ବନବିଭାଗ କର୍ମୀ ତାପସ ଵାଲା,ସିଦ୍ଧାର୍ଥ କୁମାର ରାଉତ ସହଯୋଗୀ ଏନଜିଓ କର୍ମୀ ଶ୍ରୀନିବାସ ପାତ୍ର,ସୁବ୍ରତ ସ୍ୱାଇଁ ଓ କିଛି ଗ୍ରାମବାସୀ ମିଳିତ ଭାବେ ଚଢ଼ାଉ କରିଥଲେ । ଦୁର୍ଗମ ତଥା ପାହାଡ଼ିଆ ରାସ୍ତାରେ ୪କିମି ବାଟ ଅତିକ୍ରମ କରିବାପରେ ଘଟଣା ସ୍ଥଳରେ ପ୍ରାୟ ତିନିଜଣ କାଠଚୋର ଏକ ବିରାଟ ଗଛକୁ କରତ ଏବଂ ଟାଙ୍ଗିଆ ସାହାଯ୍ୟରେ କାଟୁଥିବା ବେଳେ ବନବିଭାଗ କର୍ମଚାରୀ ଙ୍କୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଯାଇଥିଲେ । ବନବିଭାଗ କର୍ମଚାରୀ ପିଛା କରି ବିଫଳ ହେବାପରେ ସେଠାରେ ଥିବା କାଠଚୋର ଙ୍କ ଦୁଇଟି ବାଇକ ଏବଂ କରତ, ଟାଙ୍ଗିଆ, ଶାବଳ କୁ ଜବତ କରିବା ସହ କାଲିମେଳା ରେଞ୍ଜ ଅଫିସକୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା।
Comments are closed.