ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର
ଭୁବନେଶ୍ୱର : ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ନିଆଯାଇଛି । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ହାଇ ପାୱାର କମିଟିର ସୁପାରିସ ଅନୁସାରେ ସଂକଳ୍ପ ଆଗତ ହୋଇଛି । ନବୀନ ବିଧାନସଭାରେ ଏହି ସଂକଳ୍ପ ଆଣିଥିବା ବେଳେ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିବା କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।
ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏନେଇ ବିଧାନସଭାରେ ଆଲୋଚନା ହୋଇଛି । ବିଧାନସଭାରେ ଗାନ୍ଧୀ ଚର୍ଚ୍ଚାରେ ଭାଗନେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଓଡିଶା ମହାତ୍ମାଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ମହାତ୍ମା ଗାନ୍ଧୀ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ଓଡିଶାକୁ ମୋଟ ୮ ଥର ଆସିଥିଲେ, ବିଭିନ୍ନ ପ୍ରାନ୍ତକୁ ଯାଇଛନ୍ତି ବାପୁ ।’
Comments are closed.