କ୍ରିକେଟ ପ୍ରତିଯୋଗିତା ଉଦଜାପିତ

ସମ୍ବଲପୁର, ତୁସବନ୍ତ ଯୋଶୀ, ସମ୍ବଲପୁର ଗୋବିନ୍ଦତୋଲା ର ସ୍ପୋର୍ଟିଂ ୟୁନିୟନ କ୍ରିକେଟ କ୍ଳବ ତରଫରୁ ଚାଳିଥିବା ଦୀନବନ୍ଧୁ ଗୋସ୍ୱାମୀ ସ୍ମ।ରକି କ୍ରିକେଟ ପ୍ରତିଯୋଗିତା ଉଦଜାପିତ ହୋଇଯାଇଛି । ସହରର ଫୋରସି ଗ୍ରାଉଣ୍ଡ ଠାରେ ଚଳିତ ବର୍ଷ ନବମ ଥର ପାଇଁ ଆୟୋଜିତ ଏହି କ୍ରିକେଟ ପ୍ରତିଯୋଗିତାରେ ଜିଲ୍ଲା ର ଆଠ ଗୋଟି କ୍ରିକେଟ ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ର ସମସ୍ତ ମ୍ୟାଚ ଗୁଡିକ ୨୦-୨୦ ଫର୍ମାଟ ରେ ଆୟୋଜିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ ଟି ଅଜିତପୁର ଶାସନ ଓ ଜଗନ୍ନାଥ କଲୋନୀ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜଗନ୍ନାଥ କଲୋନୀ କ୍ରିକେଟ କ୍ଳବ ଚମତ୍କାର ଖେଲ ପଦର୍ସନ କରି ଚାମ୍ପିୟାନ ହୋଇଥିଲା । ଏହାର ପୁରସ୍କାର ବିତରଣୀ ସମାରୋହରେ ଜିଲ୍ଲା କ୍ରିଡା ସଂଘର ସାଧାରଣ ସଂପାଦକ ଦୁଲାଳ ଚନ୍ଦ୍ର ପଧାନ ଅତିଥି ଭାବରେ ଯୋଗଦେଇ ବିଜେତା ଦଳ ତଥା ପ୍ରତିଯୋଗିତା ଶ୍ରେଷ୍ଠ ଖେଲାଳି ମାନଙ୍କୁ ପୁରସ୍କୃତ କରିଥିଲେ । କ୍ରିକେଟ ପ୍ରତିଯୋଗିତା ଆୟୋଜନ ରେ ଗୋବିନ୍ଦତୋଲା ସ୍ପୋର୍ଟିଂ ୟୁନିୟନ କ୍ରିକେଟ କ୍ଳବ ର ସବୁ ସଭ୍ୟ ସହଯୋଗ କରିଥିଲେ ।

Comments are closed.