ବନ ବିଭାଗର ଚଢ଼ାଉ, ବାରହା ମାଂସ ସମେତ ସ୍କୁଟି ଜବତ
ନୟାଗଡ଼, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନରେ ବନ ବିଭାଗ ଚଢ଼ାଉ କରି ବାରହା ମାଂସ ସମେତ ସ୍କୁଟି,କଟୁରୀ,କେବୁଲୁ ତାର ଜବତ କରିଛି । ସୂଚନା ଅନୁଯାୟୀ ଲଡୁକିଶୋର ପୁର ଶାସନରେ ବାରହା ମାଂସ ବିକ୍ରୟ ସହ ରନ୍ଧା ହେଉଥିବା ଖବର ପାଇ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ ଡି ଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା, ମହିତମା ଫରେଷ୍ଟର ରାକେଶ ସାହୁ ,ନୂଆଗାଁ ବିଟ୍ ଫରେଷ୍ଟ ଗାର୍ଡ ଚଢ଼ାଉ କରି ବାରହା ମାଂସ ଜବତ କରିବା ସହ ହୋଣ୍ଡା ଆକ୍ ଟିଭା ସ୍କୁଟି ( ଓଡ଼ି ୩୩ ଡ଼ବ୍ଲୁ ୭୭୨୬), କଟୁରୀ, ଏବଂ କେବୁଲ୍ ତାର ଜବତ କରିଥିଲେ। ଘଟଣା ସ୍ଥଳରୁ ବେପାରୀ ଫେରାର ହୋଇଯାଇଥିବା ବେଳେ ଓ ଆର୍ କେସ ନଂ ୩୮ / ୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ସହ ରନ୍ଧା ହୋଇଥିବା ମାଂସ ଓ ସ୍କୁଟିକୁ ପରୀକ୍ଷା ପାଇଁ ପଠା ଯାଇଥିବା ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି।
Comments are closed.