ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ୮ମ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ଏବର୍ଷ ହେବନି ବାର୍ଷିକ ପରୀକ୍ଷା । ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି ।
ତେବେ ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ଆଉ ମାସେ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଆଉ ମାସଟିଏ ଥିବାବେଳେ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି । ନବମ ଓ ଦଶମ କ୍ଲାସ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସ୍କୁଲକୁ ଆସିନାହାନ୍ତି । ପିଲାଙ୍କ ପାଠପଢ଼ା ପାଇଁ ଏକ ସ୍ୱତନ୍ତ୍ର ଟାଇମ୍ ପିରିୟଡ୍ ଫିକ୍ସ କରାଯାଇଥିଲା । ମହାରାଷ୍ଟ୍ର, ଗୁଜୁରାଟ ପରି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବର୍ତ୍ତମାନ ସରକାରୀ ସ୍ତରରେ କିଛି ନିଷ୍ପତ୍ତି ହୋଇପାରୁନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଆଉ ସମୟ ନଥିବାରୁ ଏକାଥରକେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
Comments are closed.